ସ୍ତ୍ରୀ ଅଦଳବଦଳ ! ବଡ ଧରଣର ରାକେଟ୍‌ର ପର୍ଦ୍ଦାଫାଶ, ୭ ଗିରଫ

Jan 10, 2022 - 07:23
 88
ସ୍ତ୍ରୀ ଅଦଳବଦଳ ! ବଡ ଧରଣର ରାକେଟ୍‌ର ପର୍ଦ୍ଦାଫାଶ, ୭ ଗିରଫ
ନୂଆଦିଲ୍ଲୀ ୧୦/୦୧: ନିଜ ପତ୍ନୀଙ୍କୁ ପରସ୍ପର ସହ କରୁଥିଲେ ଅଦଳ ବଦଳ । ଦୀର୍ଘ ଦିନ ଧରି ଏପରି କରୁଥିଲେ ସେମାନେ । ଶେଷରେ ୭ ଜଣ ଯୁବକଙ୍କୁ ଗିରଫ କଲା ପୋଲିସ । ଏପରି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି କେରଳର କୋଟ୍ଟାୟମ ନିକଟବର୍ତ୍ତୀ କାରୁକାଚଳରେ । ସୂଚନାନୁସାରେ,ପତ୍ନୀଙ୍କ ଅଦଳବଦଳ ଟେଲିଗ୍ରାମ୍ ଜରିଆରେ ଚାଲିଥିଲା । ଏହି ରାକେଟରେ ଏକ ହଜାରରୁ ଅଧିକ ସାମିଲ ଅଛନ୍ତି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ପ୍ରଥମେ ଅଭିଯୋଗ ଆଣିଥିଲେ । ତାଙ୍କୁ ଜୋର ଜବରଦସ୍ତି ଅନ୍ୟମାନଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରକ୍ଷା ପାଇଁ କୁହାଯାଉଥିଲା । ଯାହାକୁ ସେ ବିରୋଧ କରି ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗର ତଦନ୍ତ ବେଳେ ପୋଲିସ ଏହି ବଡ ରାକେଟର ପର୍ଦ୍ଦାଫାଶ କରିଥିଲା । ତଦନ୍ତ ବେଳେ ମହିଳାଙ୍କ ସ୍ୱାମୀ ତାଙ୍କୁ ଅନ୍ୟମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଜଣାପଡିଥିଲା । ରାକେଟର ସଦସ୍ୟମାନେ ଫେସବୁକ, ଟେଲିଗ୍ରାମ, ମେସେଞ୍ଜର ଆଦି ଆପ୍ଲିକେସନ ବ୍ୟବହାର କରି ପରସ୍ପର ସହ ସମ୍ପର୍କ ପ୍ରତିଷ୍ଠା କରୁଥିଲେ । ଏଥିପାଇଁ ଟଙ୍କା ଦିଆନିଆ ହେଉଥିଲା । ତେବେ ଯେଉଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ସେମାନେ କୋଟ୍ଟାୟମସ ଅଲପ୍ପୁଝା ଓ ଏର୍ଣ୍ଣାକୁଲାମ ଜିଲ୍ଲାର ଅଟନ୍ତି । ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।