କୃଷିମନ୍ତ୍ରୀଙ୍କ ଘର ସମ୍ମୁଖରେ ବିଜେପି ମହିଳାମୋର୍ଚ୍ଚାର ଆନେ୍ଦାଳନ

Sep 26, 2018 - 17:10
 204
କୃଷିମନ୍ତ୍ରୀଙ୍କ ଘର ସମ୍ମୁଖରେ ବିଜେପି ମହିଳାମୋର୍ଚ୍ଚାର ଆନେ୍ଦାଳନ
ଭୁବନେଶ୍ୱର, ୨୬/୯ (ସକାଳଖବର): ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳାମାନଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା । ମନ୍ତ୍ରୀଙ୍କ ବାସଭବନ ମଧ୍ୟକୁ ଧଶେଇ ପଶିବାକୁ ଉଦ୍ୟମ କରିବା ବେଳେ କମିଶନରେଟ୍ ପୋଲିସ୍ ମହିଳା କର୍ମୀମାନଙ୍କୁ ଉଠାଇ ନେଇଥିଲା । ଏପରି ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ଶ୍ରୀ ମହାରଥୀ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ । ଏହାସହ ଏପରି ବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ ନତୁବା ମୁଖ୍ୟମନ୍ତ୍ରୀ ତାଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମହିଳା ମୋର୍ଚ୍ଚା ଦାବି କରିଛି । ଦାବି ପୂରଣ ନହେଲେ ଆନେ୍ଦାଳନକୁ ରାଜ୍ୟବ୍ୟାପୀ ଜୋରଦାର କରାଯିବ ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି । ଆନେ୍ଦାଳନରତ ମହିଳା କର୍ମୀମାନେ କହିଛନ୍ତି ଯେ ଆମେ ମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଆସିଥିଲୁ । ତାଙ୍କୁ ଏସମ୍ପର୍କରେ ପଚାରିବାକୁ ଆସିଥିଲୁ । ଆନେ୍ଦାଳନ କରିବାକୁ ଆସିନଥିଲୁ । ମାତ୍ର ସୁରକ୍ଷାକର୍ମୀମାନେ ଭିତରକୁ ନଛାଡିବାରୁ ଧସ୍ତାଧସ୍ତି ହୋଇଥିଲା । ଅପରପକ୍ଷରେ ମହିଳାମାନଙ୍କ ପ୍ରତି ଅପ୍ରୀତିକର ମନ୍ତବ୍ୟ ଦେଇଥିବାରୁ ସେ କ୍ଷମା ମାଗିବେ କି ବୋଲି ପ୍ରଶ୍ନର ଉତରରେ ଶ୍ରୀ ମହାରଥୀ କହିଛନ୍ତି ଯେ ମୋ ମନ୍ତବ୍ୟକେୁ କଦର୍ଥ କରାଯାଇଛି । ସେଥିରେ ମୁଁ ମର୍ମାହତ । ସେଥିରେ କୌଣସି ତ୍ରୁଟି ନାହିଁ । ସେଥିପାଇଁ ଭୁଲ୍ ମାଗିବାର ପ୍ରଶ୍ନ ଉଠୁନାହିଁ । ଜଣେ ସ୍ତ୍ରୀର ୨ ଜଣ ସ୍ୱାମୀ ଥିବା ମଧ୍ୟ ମୁଁ କହିନାହିଁ । ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମରେ ସେ ୩୦ ହଜାର ମହିଳା ଆଣିବି ଏବଂ ସେମାନଙ୍କ ସ୍ୱାମୀ ମିଶି ଷାଠିଏ ହଜାର ବୋଲି କହିଥିଲି ।