ନିଆଁ ଲାଗି ୭ ଜୀବନ୍ତ ଦଗ୍ଧ

Apr 20, 2022 - 07:01
 60
ନିଆଁ ଲାଗି ୭ ଜୀବନ୍ତ ଦଗ୍ଧ
ପଞ୍ଜାବ: ଘରେ ଲାଗିଲା ନିଆଁ । ନିମିଷକ ମଧ୍ୟରେ ହୁହୁ ହୋଇ ଜଳିବାକୁ ଲାଗିଲା ପୂରା ଘର । ନିଆଁର ସ୍ଥିତି ଏତେ ଭୟଙ୍କର ଥିଲା ଯେ, ଘର ଭିତରେ ଥିବା ଲୋକ ବାହାରକୁ ବାହାରିପାରିନଥିଲେ । କ୍ଷଣକରେ ଘରେ ଭିତରେ ଥିବା ୭ ଜଣ ଜିଅନ୍ତା ଜଳିଗଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ । ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ୭ଜଣ ସଦସ୍ୟ ଜଳିଯାଇଛନ୍ତି । ମୃତକଙ୍କ ମଧ୍ୟରେ ୫ଜଣ ଶିଶୁ ରହିଥିବା ସୂଚନା ମିଳିଛି । ତେବେ କେଉଁ କାରଣ ପାଇଁ ଏହି ଭୟଙ୍କର ଅଗଚ୍ନିକାଣ୍ଡ ଘଟିଛି, ତା’ର କାରଣ ଅସ୍ପଷ୍ଟ ରହିଛି । ଅକାଳରେ ୭ଜଣଙ୍କ ଜୀବନ ଯାଇଥିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି ।