ମାଟି ତଳୁ ବାହାରିଲା ୩୨ଲକ୍ଷ

Apr 20, 2022 - 07:04
 52
ମାଟି ତଳୁ ବାହାରିଲା ୩୨ଲକ୍ଷ
ଦେବଗଡ: ଦେବଗଡରେ ମାଟି ତଳୁ ବାହାରିଲା ବିଡା ବିଡା ଟଙ୍କା । ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ , ଏକାବେଳେ ମାଟିତଳୁ ସମ୍ବଲପୁର ପୋଲିସ୍ ନଗଦ ୩୨ଲକ୍ଷ ଟଙ୍କା ଜବତ କରିଛି । ଏକ ଜରି ବସ୍ତା ଭିତରେ ବିଡା ବିଡା ୫୦୦ ଟଙ୍କିଆ ନୋଟ୍ ରହିଛି । ସମ୍ବଲପୁରର ଏକ ହୋଟେଲରୁ ଏହି ଟଙ୍କା ଚୋରୀ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୧୬ ତାରିଖରେ ସମ୍ବଲପୁରର ଭିଏସଏସ ମାର୍ଗ ହୋଟେଲରୁ ୩୯ଲକ୍ଷ ଟଙ୍କା ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଥାନାରେ ଅଭିଯୋଗ ପରେ ପୋଲିସ୍ ଛାନଭିନ୍ ଜାରି ରଖିଥିଲା । ଘଟଣାର ତଦନ୍ତ ସମୟରେ ହୋଟେଲର ସିସିଟିଭି ଯାଞ୍ଚ କରିବାରୁ ହୋଟେଲର ଜଣେ ପୂର୍ବତନ କର୍ମଚାରୀ ଏହି ଚୋରିରେ ସଂପୃକ୍ତ ଥିବା ଜଣା ପଡିଥିଲା । ପୋଲିସ୍ ପୂର୍ବତନ ହେଟେଲ କମଚାରୀଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥଲା । ଗିରଫ ୪ଜଣଙ୍କୁ ପଚରାଉଚରା କରି ଟଙ୍କା ମାଟି ତଳେ ଥିବା ପୋଲିସ୍ ସୂଚନା ପାଇଥିଲା ଓ ଆଜି ସେହି ଟଙ୍କାକୁ ପୋଲିସ୍ ଜବତ କରିଛି । ଚୋରି କରିବାପରେ ଅଭିଯୁକ୍ତ ମାନେ ଭାବିଥିଲେ ଯେ, ମାଟିତଳେ ଟଙ୍କା ଲୁଚାଇ ଦେଲେ ଧରାପଡିବ ନାହିଁ କିନ୍ତୁ ସତ କେବେ ଲୁଚି ରୁହେନି । ଶେଷରେ ଚୋରିର ପର୍ଦ୍ଦାଫାସ ହୋଇଛି । ଚୋରି ଟଙ୍କା ଗୁଡିକ ପୋଲିସ ହାତରେ ଲାଗିଛି । ନିକଟରେ ଜଣେ ଜେଇଇ ଙ୍କ ଘର ଭିଜିଲାନ୍ସ ଚଢାଉ ବେଳେ ମାଟିତଳୁ ପୁଳାପୁଳା ଟଙ୍କା ବାହାରିଥିବାବେଳେ ରାଜଧାନୀ ଭୁବନେଶ୍ୱରରୁ ମଧ୍ୟ ମାଟିତଳୁ ଖପୁରି ବାହାରିଥିଲା । ତେବେ ଆଜି ମାଟତଳୁ ୩୨ଲକ୍ଷ ଟଙ୍କା ପୋଲିସ୍ ଜବତ କରିଛି ।