ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ

May 9, 2022 - 06:04
 50
ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଆଳୁସିଂହ ନିକଟରେ ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ । ଜଙ୍ଗଲରୁ କ୍ଷତ ବିକ୍ଷତ ମୃତଦେହକୁ ଜବତ କଲା ବନବିଭାଗ । ଜଣେ ବୃଦ୍ଧଙ୍କୁ ଅତି ବିଭତ୍ସ ଭାବେ ଦଳି ମାରିଦେଇଛି ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଆଳୁସିଂହ ନିକଟସ୍ଥ ଜଙ୍ଗଲରେ ଘଟିଛି ଏହି ଘଟଣା । ମୃତକ ହେଲେ ହିନ୍ଦୋଳ ଏନଏସି ୱାର୍ଡ ନଂ.୧୫ ଆଳୁସିଂହ ର ଅଚ୍ୟୁତ ସାହୁ । ଗତ କାଲିଠାରୁ ଅଚ୍ୟୁତ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ । ତେବେ ଜଙ୍ଗଲରେ ସେ ହାତୀ ହାବୁଡ଼ରେ ପଡି ଯାଇଥିବାରୁ ହାତୀ ତାଙ୍କୁ କଚାଡି ପାଦରେ ଦଳି ମାରିଦେଇଥିବା ଜଣାପଡିଛି । ବନ କର୍ମଚାରୀମାନେ ଆଜି ତାଙ୍କ କ୍ଷତ ବିକ୍ଷତ ମୃତଦେହ ଜଙ୍ଗଲରୁ ଉଦ୍ଧାର କରିଛନ୍ତି ।