ପାକିସ୍ତାନ ସଂସଦରେ ପେଟ କୁଣ୍ଡାଉଥିବା ବେଳେ ମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍‌; ଅଭିନେତ୍ରୀ କହିଲେ ପଶୁ ନୁହେଁ, ମଣିଷ ପରି ରୁହ

Apr 20, 2022 - 05:47
 53
ଇସ୍‌ଲାମବାଦ୍‌: ‌ଯେବେଠାରୁ ସୋସିଆଲ୍‌ ମିଡିଆ ଆସିଛି ସେବେଠାରୁ ବ୍ୟକ୍ତିଗତ ବା ଗୋପନୀୟ କଥା ସର୍ବସାଧାରଣରେ ଭାଇରାଲ୍‌ ହେବା ଏକ ସାଧାରଣ କଥା ପାଲଟି ଯାଇଛି। କେବେ କେବେ ଏପରି କିଛି ଭିଡିଓ ସାମ୍ନାକୁ ଆସିଥାଏ ‌ଯେଉଁଥିରେ କି ଭାଇରାଲ୍‌ ହେଉଥିବା ବ୍ୟକ୍ତି ଜଣକ ନିଜେ ବି ଜାଣିନଥାନ୍ତି ଯେ ସେ କେଉଁ ବି ମୁହୂର୍ତ୍ତରେ ଟ୍ରୋଲ୍‌ ହୋଇପାରନ୍ତି। ନିକଟରେ ସୋସିଆଲ୍‌ ମିଡିଆରେ ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ଭିଡିଓ ଭାଇରାଲ୍‌ ହୋଇଛି। ଯାହାକୁ ଦେଖିବା ପରେ ଆପଣ ହସିବେ ବି ଆଉ ଲଜ୍ଜିତ ହେବେ ମଧ୍ୟ। ମନ୍ତ୍ରୀ ଜଣକ ହେଉଛନ୍ତି ପିଏମ୍‌ଏଲ୍‌-ଏନ୍‌ ନେତା ଚୌଧୁରୀ ଜାମିଲ୍‌। ଭିଡିଓରେ ଦେଖିବାକୁ ମିଳିଛି ସେ ସଂସଦ ହଲ୍‌ରେ ଖୁବ୍‌ ଜୋର୍‌ରେ ନିଜର ପେଟ କୁଣ୍ଡାଉଛନ୍ତି। ଜାମିଲ୍‌ ଏକ ଧଳା ରଂଗର କୁର୍ତ୍ତି ପିନ୍ଧିଥିବା ବେଳେ ସଂସଦରେ ବସି ନିଜ ପେଟରୁ କୁର୍ତ୍ତିକୁ ଟେକି ଦେଇ ଖୁବ୍‌ ଜୋର୍‌ରେ ଦୁଇ ହାତ ଲଗାଇ ପେଟକୁ କୁଣ୍ଡାଇବାରେ ବ୍ୟସ୍ତ ଅଛନ୍ତି। ସେହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କୁ ଖୁବ୍‌ ଜୋର୍‌ରେ ସମାଲୋଚନା କରିଛନ୍ତି ଅଭିନେତ୍ରୀ ମଥିରା।