ଦେଶର ଶକ୍ତି କ୍ଷେତ୍ରର ଦୃଶ୍ୟପଟରେ ପରିବର୍ତନ ମୋଦି ସରକାରଙ୍କ ଲକ୍ଷ୍ୟ- ଧର୍ମେନ୍ଦ୍ର

Dec 11, 2018 - 17:10
 185
ଦେଶର ଶକ୍ତି କ୍ଷେତ୍ରର ଦୃଶ୍ୟପଟରେ ପରିବର୍ତନ ମୋଦି ସରକାରଙ୍କ ଲକ୍ଷ୍ୟ- ଧର୍ମେନ୍ଦ୍ର
ନୂଆଦିଲ୍ଲୀ,୧୧/୧୨(ସକାଳଖବର): ଆର୍ଥିକ ବିକାଶ ପାଇଁ ଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ତେଣୁ ଭାରତରେ ଶକ୍ତି କ୍ଷେତ୍ରର ଦୃଶ୍ୟପଟରେ ପରିବର୍ତନ ଆଣିବା ଓ ଶକ୍ତି ନ୍ୟାୟ ଓ ଜଳବାୟୁ ନ୍ୟାୟର ଦୁଇଟି ଲକ୍ଷ୍ୟ ହାସଲ କରିବା ଉପରେ ଭାରତ ସରକାର ଧ୍ୟାନ ଦେଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଭାରତୀୟ ଶକ୍ତି କ୍ଷେତ୍ର ନୂଆ ଆରମ୍ଭର ସୂଚନା ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶକ୍ତି ଉପଲବ୍ଧତା, ଶକ୍ତି ଦକ୍ଷତା, ଶକ୍ତି ଚୀରସ୍ଥାୟିତ୍ୱତା ଓ ଶକ୍ତି ସୁରକ୍ଷା ପରି ଚାରୋଟି ସ୍ତମ୍ଭକୁ ନେଇ ଶକ୍ତି ସମ୍ପର୍କିତ ଦୃଷ୍ଟି ସ୍ଥିର କରିଛନ୍ତି । ପ୍ରଧାନମନ୍ତ୍ରୀ ଶକ୍ତି ସମ୍ପର୍କିତ ଯେଉଁ ଦୃଷ୍ଟି ସ୍ଥିର କରିୁଛନ୍ତି ତା ଅନୁସାରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କାମ କରୁଛି । ଗତ ଚାରି ବର୍ଷ ମଧ୍ୟରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଶକ୍ତି କ୍ଷେତ୍ରରେ ସଂସ୍କାର, ସଂସ୍କାର ଓ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି ସଂସ୍କାର କାର୍ଯ୍ୟକ୍ରମ ଗୁଡିକର ସୁଦୂରପ୍ରସାରୀ ପ୍ରଭାବ ଦେଖା ଦେଇଛିା ଭାରତର ପ୍ରତି ବ୍ୟକ୍ତି ଶକ୍ତି ଖର୍ଚ ହେଉଛି ବିଶ୍ୱର ହାରାହାରି ଶକ୍ତି ଖର୍ଚର ଏକ ତୃତୀୟାଂଶ । ଆମକୁ ଏହାକୁ ପରିବର୍ତନ କରିବାକୁ ପଡିବ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ଲୋକଙ୍କୁ ବିଶୁଦ୍ଧ ଓ କମ ମୂଲ୍ୟରେ ଶକ୍ତି ପହଂଚାଇ ସେମାନଙ୍କର ଜୀବନରେ ରୂପାନ୍ତରଣ ଆଣିବାକୁ ଲ କ୍ଷ୍ୟ ରଖିଛନ୍ତି । ଏହା ନ୍ୟୁ ଇଣ୍ଡିଆର ଆଧାର ହେବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତ ଏବେ ଆମେରିକା ଓ ଚୀନ ପରେ ଶକ୍ତି ବ୍ୟବହାର କାରୀ ଦେଶ ହେଉଛି ଭାରତ । ୨୦୪୦ ସୁଦ୍ଧା ଭାରତର ଶକ୍ତି ଆବଶ୍ୟକତା ତିନି ଗୁଣ ବଢିବ ବୋଲି ସେ କହିଛନ୍ତି ।