କୃଷକଙ୍କ ଆୟ ୨୦୨୨ ସୁଦ୍ଧା ଦ୍ୱିଗୁଣିତ ହେବ: ରାଧାମୋହନ ସିଂ

Feb 26, 2019 - 18:53
 128
କୃଷକଙ୍କ ଆୟ ୨୦୨୨ ସୁଦ୍ଧା ଦ୍ୱିଗୁଣିତ ହେବ: ରାଧାମୋହନ ସିଂ
ଭୁବନେଶ୍ୱର,୨୬/୨(ସକାଳଖବର): ମୋଦୀ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧାମୋହନ ସିଂ କହିଛନ୍ତି । ମଙ୍ଗଳବାର କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ଏକ କୃଷକ ମେଳାକୁ ଉଦଘାଟନ କରି ଶ୍ରୀ ସିଂ କହିଛନ୍ତି ଯେ, ଏହି ପରିସରରେ କେନ୍ଦ୍ରୀୟ ଜିନୋମିକ୍ସ ଗବେଷଣା ଏବଂ ଉନ୍ନତମାନର ପ୍ରୟୋଗଶାଳା ୩୪ ମାସ ତଳେ ଶିଳାନ୍ୟାସ ଦିଆଯାଇଥିଲା । ୩୪ ମାସ ପୂର୍ଣ୍ଣ ହେବା ପୂର୍ବରୁ ଆଜି ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଉଦଘାଟନ ହୋଇଛି । ଏହି ଗତିରେ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି ଏବଂ ୨୦୨୨ ସୁଦ୍ଧା ଦେଶବାସୀଙ୍କ ସମସ୍ତ ସ୍ୱପ୍ନ ପୂରଣ ହେବ ବୋଲି ଶ୍ରୀ ସିଂ କହିଛନ୍ତି । ଦେଶରେ କଚ୍ଚାଘର ରହିବ ନାହିଁ । ପ୍ରତ୍ୟେକ ଘରକୁ ବିଜୁଳି, ଗ୍ୟାସ ସଂଯୋଗ, ପିଇବା ପାଣି ଭଳି ଅତ୍ୟାବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାକୁ ଆସିବା ପରେ ପ୍ରଥମ ଘୋଷଣାରେ କହିଥିଲେ ଯେ, ତାଙ୍କ ସରକାର ଗରିବ ଓ କୃଷକ ମାନଙ୍କ ପ୍ରତି ସମର୍ପିତ । ଆଜି ୫ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ କୃଷକମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ପ୍ରତେକ ଜମିକୁ ଜଳସେଚନ ସୁବିଧା, ଉନ୍ନତମାନର ବିହନ, ଚାଷ ସରଞ୍ଜାମ ଓ ନିମ ପ୍ରଲେପିତ ୟୁରିଆ ଯୋଗାଣ, ଉପôାଦିତ ପଦାର୍ଥର ବିକି୍ର ପାଇଁ ଇ-ନାମ, ଗ୍ରାମାଂଚଳକୁ ସଡକ ସଂଯୋଗ ଭଳି ଯୋଜନା କୃଷକ ତଥା ଗ୍ରାମାଂଚଳ ଲୋକମାନଙ୍କ ପାଇଁ ଉଦ୍ଧିଷ୍ଟ ବୋଲି ସେ କହିଥିଲେ । ୨୦୧୪ ମସିହା ପୂର୍ବରୁ ଦେଶରେ ଉପôାଦିତ ୟୁରିଆ ସାର ବଜାରକୁ ଆସିବା ପରିବର୍ତେ ରସାୟନିକ କାରଖାନାମାନଙ୍କୁ ଚାଲିଯାଉଥିଲା । ମୋଦୀ ସରକାର ୟୁରିଆରେ ନିମ ପ୍ରଲେପ ଦେବା ପରେ ତାହା ବର୍ତମାନ ଚାଷୀମାନଙ୍କ ନିକଟରେ ପହଂଚିପାରିଛି । କଟକସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନର ପ୍ରଶଂସା କରି ଏଠାରେ ୧୩୨ କିଷମର ଧାନ ଉଦ୍ଭାବନ ହୋଇଛି ଏବଂ ଏହି ବିହନ ସମଗ୍ର ଦେଶରେ ଚାଷୀମାନଙ୍କ ଦ୍ୱାରା ବ୍ୟବହାର କରାଯାଉଛି ବୋଲି କହିଥିଲେ । କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ତଥା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ସମବେତ କୃଷକମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଅଢେ଼ଇ ବର୍ଷ ଭିତରେ ପ୍ରତିଷ୍ଠାନର ଏହି ଗବେଷଣା କେନ୍ଦ୍ରର ନୂଆ ଭବନ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ଆଜି ଉଦ୍ଘାଟିତ ହୋଇଛି । ୩ ବର୍ଷ ଭିତରେ ଦେଶରେ ଖାଦ୍ୟ ନିରାପତା ଉପରେ ଗୁରୁତ୍ୱ ଦିଆଯାଇ ଡାଲି ଭଳି ଶସ୍ୟର ଉପôାଦନ ବହୁଗୁଣିତ କରାଯାଇଛି । ଅମଳ ପରେ ପରିତ୍ୟକ୍ତ ନଡା, କୁଟା, ଗୋବର ଆଦିରୁ ଗ୍ୟାସ ବାହାର କରାଯାଇ କୃଷକ ପାଇଁ ଅତିରିକ୍ତ ରୋଜଗାରର ସୁବିଧା କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ପିଏମ କିଷାନ ଯୋଜନାରେ ୧୨ କୋଟି ଚାଷୀଙ୍କୁ ସାମିଲ କରାଯାଇଛି ଏବଂ ଏଥିପାଇଁ ବାର୍ଷକ ୭୫୦୦୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଖର୍ଚ କରିବେ । ଏବେ ନୂଆ ଅର୍ଥନୀତି ପ୍ରସ୍ତୁତ କରାଯାଇ ଚାଷୀର ରୋଜଗାରକୁ ଦ୍ୱିଗୁଣିତ କରାଯିବା ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।