ଦୁଷ୍କର୍ମକାରୀକୁ ଦୃଷ୍ଟାନ୍ତ ମୂଳକ ଦଣ୍ଡବ୍ୟବସ୍ଥା ହେବା ଜରୁରୀ

Jan 25, 2019 - 19:33
 197
ଅନୁଗୋଳ,୨୫/୧(ସକାଳଖବର): ଅନୁଗୋଳ ସହର ଉପକଣ୍ଠସ୍ଥ କାଙ୍ଗୁଲା ଗ୍ରାମର ଲୋମ ହର୍ଷଣକାରୀ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବାବେଳେ ଦୁଷ୍କର୍ମକାରୀର ବୟାନ ସଭ୍ୟ ସଭାଜରେ ବସବାସ କରୁଥିବା ନାଗରିକ ମାନଙ୍କ ହୃଦୟତନ୍ତ୍ରୀକୁ ଦୋହଲାଇ ଦେଇଛି । ମାନବିକ ଦୃଷ୍ଟି କୋଣରୁ ଅପରାଧିକୁ ଯେପରି ପ୍ରଚଳିତ ଆଇନ ବ୍ୟବସ୍ଥାରେ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ ହୁଏ ସେଥିପାଇଁ ଅନୁଗୋଳ ବାରର ଆଇନଜୀବୀ ମାନେ ନିଶ୍ଚିତ ଯତ୍ନବାନ ହେବେବୋଲି ସଂଘର ସଭାପତି ଶ୍ରୀ ଦିଲ୍ଲିପ ଦାସ ଓ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିବା ସହ ଏହି ଝ.ଚ.ଖ. ଚକ୍ଟଳଗ୍ଦଷକ୍ଟ ୦୮/୨୦୧୯ ରେ ମୁଦଲା ଅନାମ ଦେହୁରୀ ସପକ୍ଷରେ କେବହି ବି ଜଣେ ପାୱାର ଫାଇଲ ନକରିବାକୁ ଆଇନଜୀବୀ ମାନଙ୍କୁ ଅନୁରୋଧ କରିଛନ୍ତି । ତତସହିତ ସମାଜରେ ଶିଶୁ କନ୍ୟାଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତ ମହିଳାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସଚେତନ ନାଗରିକ, ବୁଦ୍ଧିଜୀବୀ, ଆଇନଜୀବୀ, ଲୋକପ୍ରତିନିଧି, ସରକାର ଓ ପ୍ରଶାସନ ଆବଶ୍ୟକୀୟ ଦାୟିତ୍ୱ ସମ୍ପନ୍ନ ହେବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି ।