ନର୍ସିଂହୋମ ପ୍ରଦୂଷଣା ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

Nov 10, 2018 - 17:54
 189
ନର୍ସିଂହୋମ ପ୍ରଦୂଷଣା ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
ଅନୁଗୋଳ, ୧୦/୧୧ (ସକାଳଖବର):ଅନୁଗୋଳ ସହରର ହୁଲୁରୁସିଂହା ନିକଟରେ ଥିବା ସରୋଜୀନୀ ହେଲ୍ଥ କେୟାରର ଆବର୍ଜନା ପରିବେଶକୁ ଦୁଷିତ କରିବା ନେଇ ଆଜି ତିନୋଟି ଗାଁ ହୁଲୁରୁସିଂହା, ବଣିଆବାହାଳ, ଲିଙ୍ଗରାଯୋଡ଼ିର ଗ୍ରାମବାସୀ ଜିଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଯେ, ସରୋଜୀନୀ ହେଲ୍ଥ କେୟାରର ଆବର୍ଜନା ତଥା ପୁରୁଣା ସିରିଞ୍ଚ, ଅବ୍ୟହୃତ ଔଷଧ, ଗଜ କପଡ଼ା ଆଦି ଲିଙ୍ଗରା ନାଳରେ ପଡ଼ୁଛି । ଏଥିସହ ପାଖାପାଖି ଅଞ୍ଚଳରେ ମଧ୍ୟ ଏହି ଘରୋଇ ନର୍ସିଂହୋମର ଆବର୍ଜନା ଗୁଡ଼ିକ ଏଣେତେଣେ ପଡ଼ିବା ଯୋଗୁଁ ମାଟି, ପାଣି ପବନ ଦୁଷିତ ହେଉଥିବା ନେଇ ଫେରାଦ ହୋଇଛନ୍ତି ଗ୍ରାମବାସୀ । ଏ ସଂପର୍କରେ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଦୂଷଣ ବିଭାଗ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏଣୁ ଆଗାମୀ ୭ଦିନ ମଧ୍ୟରେ ଏହାର ସମାଧାନ କରାନଗଲେ ସ୍ଥାନୀୟ ୩ଟି ଗାଁର ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।