ମୃତ ନାବାଳିକା ପରିବାରକୁ ଭେଟିଲା ମହିଳା ମୋର୍ଚ୍ଚା

Jan 24, 2019 - 15:31
 140
ମୃତ ନାବାଳିକା ପରିବାରକୁ ଭେଟିଲା ମହିଳା ମୋର୍ଚ୍ଚା
ଅନୁଗୋଳ,୨୪/୧(ସକାଳଖବର): ଅନୁଗୋଳ ଜିଲ୍ଲାରେ ଚୋରୀ, ରାହଜାନୀ, ଡ଼କାୟତି, ଲୁଟ ଘଟଣା ପରେ ଏବେ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ଗତ ରବିବାର ଦିନ କାଙ୍ଗୁଲା ଗାଁର ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଆଜି ପୂର୍ବାହ୍ନରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ସ୍ୱତନ୍ତ୍ର ଟିମ ଆସି ନାବାଳିକା ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଁବା ସହ ସାନ୍ତ୍ୱନା ଦେଇଛନ୍ତି । ଏହି ଟିମରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ସ୍ମୃତିରେଖା ପଟ୍ଟନାୟକ, ନିୟତି ଗିରି, ସୋସିଆଲ ମିଡ଼ିଆ ସେଲର କସ୍ତୁରୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଘମିତ୍ରା ପ୍ରଧାନ, ପ୍ରତାପ ପ୍ରଧାନ, ମୀନକେତନ ଅମାନ୍ତ ପ୍ରମୁଖ ସାମିଲ ହୋଇଥିଲେ । ମୃତ ନାବାଳିକା ପରିବାର ବର୍ଗଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଭାଜପା ସଂଗ୍ରାମ କରିବ ବୋଲି ପ୍ରତିନିଧିମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତିରେଖା ପଟ୍ଟନାୟକ କହିଲେ । ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ପାଇଁ ଯେତେ ଡ଼ିଣ୍ଡିମ ପିଟିଲେ ମଧ୍ୟ ସବୁ ଫେଲ ମାରିଛି । ଯଦ୍ୱାରା ଆଜି ଏଭଳି ନାବାଳିକାମାନେ ବଳି ପଡ଼ୁଛନ୍ତି । ରାଜ୍ୟରେ ୫୦ରୁ ଉଦ୍ଧ୍ୱର୍ ଏଭଳି ଘଟଣା ଘଟିଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଅଭିଯୁକ୍ତମାନଙ୍କୁ ପ୍ରୋସôାହନ ଯୋଗାଉଛନ୍ତି । ଆଉ ପୋଲିସ, ପ୍ରଶାସନ ଏଠାରେ ବିଜେଡ଼ିର ସଖି କଣ୍ଢେଇ ସାଜିଛି ବୋଲି ଶ୍ରୀମତୀ ପଟ୍ଟନାୟକ ଭସôର୍ନା କରିଥିଲେ ।