ଦୁର୍ଘଟଣାରେ ୪ ମୃତ : ୧୦ ଆହତ
ଅନୁଗୋଳ,୯/୧୨(ସକାଳଖବର): ଜରପଡ଼ା ଥାନା ଅନ୍ତର୍ଗତ କତଡ଼ାଠାରେ ବିଳମ୍ବିତ ରାତିରେ କୋରାପୁଟରୁ ତୀର୍ଥଯାତ୍ରା ସାରି ଅନୁଗୋଳ ବଲାସିଂହ ଗାଁକୁ ଏକ ମିନିବସ ଯୋଗେ ଫେରୁଥିବା ସମୟରେ ଜରପଡ଼ା ଥାନା କତଡ଼ା ନିକଟରେ ଟ୍ରକ ସହିତ ଧକ୍କା ହେବା ଫଳରେ ଗାଡ଼ିରେ ବସିଥିବା ୧୪ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଅନୁଗୋଳର ବଲାସିଂହା ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନେ ଗତ ୨ଦିନ ତଳେ ଏକ ୟୁଙ୍ଗର ଯୋଗେ ନୃସିଂହନାଥ, ହରିଶଙ୍କର ତୀର୍ଥ ସ୍ଥାନ ଭ୍ରମଣ କରିବା ପାଇଁ ୧୫ଜଣ ତୀର୍ଥ ଯାତ୍ରୀ ଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ ଫେରୁଥିବାବେଳେ ଜରପଡ଼ା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ କତଡ଼ା ନିକଟରେ ମର୍ମତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିସôାଧିନ ଅବସ୍ଥାରେ ଗାଡ଼ି ଚାଳକଙ୍କର ମୃତ୍ୟୁ ହୋଇଥିଲା । ଏହି ସୂଚନା ପାଇ ଜରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚô ସେଥିରେ ଆହତ ମାନଙ୍କୁ ଡ଼ାକ୍ତର ଖାନାରେ ପହଞ୍ଚାଇବା ସହ ମୃତ ବ୍ୟକ୍ତିମାନଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଏ ସଂପର୍କରେ ଏକ ମାମଲା ରୁଜୁ କରିଛି । ଏହି ଖବର ପାଇ ଜିଲାର ସ୍ୱେଚ୍ଛାସେବୀ ସଂଗଠନଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ତରଫରୁ ଘଟଣାସ୍ଥଳରେ ପହଞ୍ଚô ସାହାଯ୍ୟ ସହଯୋଗ କରିଥିଲେ । ଆହତ ବ୍ୟକ୍ତିମାନଙ୍କ ମଧ୍ୟରେ କିଛି ଗୁରୁତର ଥିବାର ତାଙ୍କୁ କଟକ ସ୍ଥାନାନ୍ତର କରିଥିବାବେଳେ ଅନ୍ୟମାନଙ୍କୁ ଅନୁଗୋଳ ଡ଼ାକ୍ତରଖାନାରେ ଚିକିସôା କରାଯାଉଛି । ବଲାସିଂହା ଗାଁରେ ଏହି ଖବର ପାଇ ମୃତ ପରିବାରଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଡ଼ାକ୍ତରଖାନାରେ ବିଧାୟକ, ଜିଲା ପ୍ରଶାସନ ପହଞ୍ଚô ଘଟଣାକୁ ଅନୁଧଞାନ କରି ସାନ୍ତ୍ୱନା ଦେଇଥିଲେ ।ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୧- ଧରଣୀ ପ୍ରଧାନ (୫୫), ୨-ଅରୁଣ ସାହୁ (୪୫) ବଲାସିଂହା, ୩- ଶିବରାମ ସାହୁ (୪୮) ତୁଳସିପାଳ, ୪- କୁମୁଦ ଚନ୍ଦ୍ର ସାହୁ (ସିଲୁ), ନନ୍ଦପୁରଙ୍କର ମୃତ୍ୟୁ ଘଟିଛି । ଗାଁର ଘଟଣାସ୍ଥଳରେ ଏହି ୩ଜଣଙ୍କର ମୃତ୍ୟୁ ଘଟିଛି । ରବିନ୍ଦ୍ର ପ୍ରଧାନ(୫୫), ବିଶେଶ୍ୱର ପ୍ରଧାନ (୬୦), ବିନୟ କୁମାର ସାହୁ (୩୦)ବିନୟ ସାହୁ (୭୦), ପ୍ରସନ୍ନ କୁମାର ପ୍ରଧାନ (୩୦), ଗୌର ସାହୁ(୫୦), ହାଡ଼ିବନ୍ଧୁ ସାହୁ (୫୦), ମହେଶ୍ୱର ସାହୁ (୪୨), ଧରଣୀଧର ପ୍ରଧାନ (୫୫), ଅରୁଣ ସାହୁ ଆହତ ହୋଇଛନ୍ତି ।