ଛେଣ୍ଡିପଦାରେ ନରହନ୍ତା ଦନ୍ତା ହାତୀ

Dec 8, 2018 - 17:40
 158
ଛେଣ୍ଡିପଦାରେ ନରହନ୍ତା ଦନ୍ତା ହାତୀ
ଅନୁଗୋଳ, ୮/୧୨(ସକାଳଖବର): ଛେଣ୍ଡିପଦା ବନାଂଚଳରେ ନରହନ୍ତା ଦନ୍ତା ହାତୀ ଶନିବାର ଭୋର ୪ଟାବେଳେ ଛେଣ୍ଡିପଦା ଗ୍ରାମ ଭିତରକୁ ପଶି ଆସିବାରୁ ହାତୀକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଦିର୍ଘ ଦିନର ବ୍ୟବଧାନ ପରେ ଏହି ହାତୀ ପୁଣି ଛେଣ୍ଡିପଦା ଅଂଚଳକୁ ଆସିଥିବାରୁ ଏହାକୁ ଦେଖି ଗ୍ରାମବାସୀଙ୍କ ମ୍ମରେ ଭୟର ବାତାବରଣ ଦେଖାଯାଇଥିଲା । ହାତୀଟି ବନାଂଚଳର ବିଭିନ୍ନ ଅଂଚଳରେ ଆତଙ୍କ ଖେଳାଉଥିବାବେଳେ ଗତକାଲି ରାତ୍ରୀରେ କଙ୍କୁରପାଳ ଜଙ୍ଗଲରୁ ବାହାରି ଭୋରରୁ ଛେଣ୍ଡିପଦା ଗ୍ରାମ ପ୍ରଧାନସାହି ଭିତରକୁ ଆସି ଖଳା ମାଳରେ ଧାନ ଖାଉଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ହାତୀକୁ ଘଉଡାଇବା ପାଇଁ ପାଟିତୁଣ୍ଡ କରିବା ଫଳରେ ହାତୀଟି ମାମୁରିଆ ଗ୍ରାମ ଆଡକୁ ପଳାଇଯାଇଥିଲା । ବନ ବିଭାଗର ସ୍କୁଆଡ ମଧ୍ୟ ଦନ୍ତା ହାତୀର ଗତିବିଧି ଉପରେ ଲକ୍ଷ ରଖିଥିବା ଜଣାପଡିଛି । ଏହି ହାତୀ ପୂର୍ବରୁ ଲୋକଙ୍କୁ ମାରିଥିବା ଏବଂ ବହୁ ଫସଲ ନଷ୍ଟ କରି ଆତଙ୍କ ଖେଳାଇ ଥିବାରୁ ଜନସାଧାରଣଙ୍କ ଅଭିଯୋଗ ମୁତାବକ ତାକୁ ଅନ୍ୟତ୍ର ସ୍ତାନାନ୍ତରିତ ପାଇଁ ବନବିଭାଗ ପକ୍ଷରୁ କାବୁ କରିବା ପାଇଁ ଟ୍ରାଙ୍କୁଲାଇଜ ଦଳକୁ ଡକାଯାଇଥିଲା । ମାତ୍ର ହାତୀଟି ଟ୍ରାଙ୍କୁଲାଇଜ ଦଳକୁ ଦେଖି ଖସିଯାଇଥିଲା । ଏବେ ପୁଣି ପ୍ରାୟ ୬ଦିନ ହେବ ଏ ଅଂଚଳରେ ହାତୀଟି ବିଭିନ୍ନ ଅଂଚଳରେ ବୁଲି ବହୁ କ୍ଷୟକ୍ଷତି କରୁଥିବା ଜଣାପଡିଛିି । ଫଳରେ ବ୍ୟାପକ ଫସଲ ନଷ୍ଟ ହେବା ସହ ଜନସାଧାରଣଙ୍କ ନିଦ ହଜାଇ ଦେଇଛି । ଗତ ଶୁକ୍ରବାର ଏହି ଦନ୍ତା ହାତୀ ନାଉପଦା ଗ୍ରାମ ନିକଟକୁ ଆସି ବ୍ୟାପକ ‘ସଲ ନଷ୍ଟ କରିଥିଲା ।