ଡହ ଡହ ଖରାରେ ଜଳୁଛି ରାଜଧାନୀ, ସାଢେ ୧୧ ସୁଦ୍ଧା ୩୮ ପାର୍ କଲା ପାରଦ

Apr 12, 2023 - 07:16
 21
ଡହ ଡହ ଖରାରେ ଜଳୁଛି ରାଜଧାନୀ, ସାଢେ ୧୧ ସୁଦ୍ଧା ୩୮ ପାର୍ କଲା ପାରଦ
ଭୁବନେଶ୍ୱର : ସାରା ରାଜ୍ୟରେ ଖରାର ଥାର୍ଡ ଡିଗ୍ରୀ । ତାତିର ପ୍ରକୋପରେ ଜଳୁଛି ଅଧା ରାଜ୍ୟ । ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ । ବିଶେଷ କରି ଉତ୍ତପ୍ତ ପିଣ୍ଡ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଘରୁ ବାହାରିବା ହୋଇପଡିଛି ମୁସ୍କିଲ । ସକାଳୁ ୮ଟାରୁ ଖରାରର ପ୍ରକୋପ ଦେଖିବାକୁ ମିଳିଛି । ମଙ୍ଗଳବାର ଅସହ୍ୟ ଖରାରେ ଛଟପଟ ହୋଇଥିଲେ ରାଜଧାନୀବାସୀ । ୪୦ ଡିଗ୍ରୀ କରିଥିଲା ପାରଦ । ବୁଧବାର ଦିନ ୧୧ଟା ୩୦ ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଝାରସୁଗୁଡାରେ ୩୮.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, ପୁରୀରେ ୩୮ ଡ଼ିଗ୍ରୀ, ସମ୍ବଲପୁରରେ ୩୭.୮ ଡ଼ିଗ୍ରୀ, ହୀରାକୁଦରେ ୩୭.୬ ଡ଼ିଗ୍ରୀ, ଗୋପାଳପୁରରେ ୩୭.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୭ ଡ଼ିଗ୍ରୀ, ପାରାଦ୍ୱୀପରେ ୩୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।