ଅମିତାଭ ବଚ୍ଚନଙ୍କ ‘ଭାରତ ମାତା’ ପୋଷ୍ଟ

Sep 6, 2023 - 03:03
 57
ଅମିତାଭ ବଚ୍ଚନଙ୍କ ‘ଭାରତ ମାତା’ ପୋଷ୍ଟ
ମୁମ୍ବାଇ: ଜି-୨୦ ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାକୁ ନେଇ ବିରୋଧୀ ଦଳ ନେତାମାନେ ସରକାରଙ୍କୁ ଟାର୍ଗେଟ୍ କରିଥିବାବେଳେ ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ଏକ୍ସରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ପୋଷ୍ଟ କରିଛନ୍ତି । ବଚ୍ଚନଙ୍କର ଏହି ଅନଲାଇନ ପୋଷ୍ଟକୁ ନେଇ ଇଣ୍ଟରନେଟରେ ଭିନ୍ନ ମତ ଦେଖିବାକୁ ମିଳିଛି । କିଛି ୟୁଜର ବିଗ୍ ବି’ଙ୍କ ପୋଷ୍ଟରେ ‘ଇଣ୍ଡିଆ’ ଲେଖିଥିବାବେଳେ ଅନ୍ୟ କିଛି ଏହି ପୋଷ୍ଟରେ ଭାରତ ଲେଖିଛନ୍ତି । ଅଧିକାଂଶ ଲୋକ ବିଗ୍ ବି ଙ୍କ ପୋଷ୍ଟକୁ ପସନ୍ଦ କରିଛନ୍ତି ।