ଦମ୍‌ଦାର ଭୂମିକାରେ ନଜର ଆସିବେ ତାରା, ଧୈର୍ଯ୍ୟ କାରୱାଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

Apr 20, 2023 - 06:04
 97
ଦମ୍‌ଦାର ଭୂମିକାରେ ନଜର ଆସିବେ ତାରା, ଧୈର୍ଯ୍ୟ କାରୱାଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର
ମୁମ୍ୱାଇ ୨୦/୦୪: ଏଇ ନିକଟରେ ସରିଛି ତାରାଙ୍କ ଫଟୋସୁଟ୍‌ । ଯେଉଁଥିରେ ସେ ଜଳପରୀ ଲୁକ୍‌ରେ ଆସିଛନ୍ତି ନଜର । ଫଟୋ ଦେଖିବା ପରେ ଫ୍ୟାନ୍‌ ତାଙ୍କୁ ବାସ୍ତବ ଜଳପରୀ ବୋଲି କହିଛନ୍ତି । ତାଙ୍କର ଏପରି ଲୁକ୍‌ ବିଷୟରେ ସେମାନେ ଆଶା କରିନଥିଲେ । ଏହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ୟୁଜର୍‌ କହିଛନ୍ତି । ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ୍‌’ରେ ନଜର ଆସିଥିବା ତାରା ଖୁବ୍‌ଶୀଘ୍ର ନିଖିଲ ନାଗେଶ ଭଟଙ୍କ ନିର୍ଦ୍ଦେଶିତ ‘ଅପୂର୍ବ’ରେ ନଜର ଆସିବେ । ଏହି ଥ୍ରିଲର୍‌ ଫିଲ୍ମରେ ସେ ମୁଖ୍ୟ ନାୟିକା ଭୂମିକା ନିର୍ବାହ କରିଛନ୍ତି । ଏଥିରେ ସେ ଧୈର୍ଯ୍ୟ କାରୱାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି । ଅଭିଷେକ ବାନାର୍ଜୀ, ରାଜପାଲ ଯାଦବ, ସୁମିତ ଗୁଲାଟି ଏଥିରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ଚଳିତ ବର୍ଷ ଆରମ୍ଭରେ ତାରା ନିଜର ବହୁଦିନର ପ୍ରେମିକ ଆଦାର ଜୈନ୍‌ଙ୍କଠାରୁ ଅଲଗା ହୋଇଥିବା ଖବର ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହି ଯୋଡ଼ି କେବେ ଖୋଲା ଖୋଲି ସେମାନଙ୍କ ରୋମାନ୍ସ ବିଷୟରେ କଥା ହୋଇନଥିଲେ । କିନ୍ତୁ ବିଭିନ୍ନ ସ୍ଥାନରେ ଏକାଠି ବୁଲାବୁଲି, ଛୁଟିଦିନରେ ଦୁହିଁଙ୍କୁ ଦେଖିବା ପରେ ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଖୁଲାସା ହୋଇଥିଲା । ତେବେ ଜାନୁଆରୀରେ ଏହି ଯୋଡ଼ି ପରସ୍ପରଠୁ ଅଲଗା ହୋଇଗଲେ । ତାରା ଏବେ ଫିଲ୍ମ ଉପରେ ଅଧିକ ଫୋକସ୍‌ କରୁଛନ୍ତି । ଆଗକୁ ଏକାଧିକ ପ୍ରୋଜେକ୍ଟରେ ତାଙ୍କୁ ଦେଖିବାକୁ ପାଇବେ ସିନେପ୍ରେମୀ ।