ଗୁଣି ସନ୍ଦେହରେ ଯୁବତୀଙ୍କୁ ହତ୍ୟା ! ଥାନାରେ ଅଭିଯୋଗ

Apr 12, 2023 - 07:17
 21
ଗୁଣି ସନ୍ଦେହରେ ଯୁବତୀଙ୍କୁ ହତ୍ୟା ! ଥାନାରେ ଅଭିଯୋଗ
ସୋର ୧୨।୦୪: ବାଲେଶ୍ଵର ସିମୁଳିଆ ଥାନା ସୁଙ୍ଗୁଡ଼ା ଗତିପୋଖରୀ ଗାଁରେ ଅଭାବନୀୟ ଘଟଣା। ଗୁଣି ସନ୍ଦେହରେ ଜଣେ ଯୁବତୀଙ୍କୁ ହତ୍ୟା ଅଭିଯୋଗ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମୟୁରଭଞ୍ଜ ଖୁଣ୍ଟା ଥାନା କାଳିଆପଦା ଗାଁର ରଙ୍ଗଲତା ସିଂ ଦେହ ଅସୁସ୍ଥ ହୋଇଥିଲେ । ତାଙ୍କୁ ପରିବାର ଲୋକେ ସୁଙ୍ଗୁଡ଼ା ଗତିପୋଖରୀ ଗୁଣିଆ ରୁଖିଆ ସିଂ ପାଖକୁ ଆଣିଥିଲେ। ସେଠାରେ ରୁଖିଆ ସିଂ ଝଡାଫୁଙ୍କା କରିବା ସହ ସହ ବେତରେ ମାଡ ମାରିଥିଲେ । ଏପରିକି ଯୁବତୀଙ୍କ ବେକରେ ଛିଡା ହୋଇପଡିଥିଲେ । ଯୁବତୀ ଜଣଙ୍କ ପାଣି ମାଗିବାରୁ ଗୁଣିଆ ଜଣଙ୍କ ପାଣି ପିଇବାକୁ ଦେଇନଥିଲେ। ଯାହା ଫଳରେ ଯୁବତୀ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ହେଲେ ଖୁଣ୍ଟା ଅଞ୍ଚଳରୁ ଏକ ଆମ୍ବୁଲାନ୍ସ ଆସିବାରୁ ଗ୍ରାମବାସୀ ମାନେ ଯୁବତୀଙ୍କର ମୃତ୍ୟୁ ସମ୍ପର୍କରେ ଜାଣିବାକୁ ପାଇଥିଲେ। ପରେ ଗ୍ରାମବାସୀ ମାନେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।