ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ

Nov 10, 2018 - 18:02
 492
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ
୧୯୦୫ରେ ବିଭାଜିତ ବଙ୍ଗପ୍ରଦେଶକୁ ୧୯୧୨ରେ ଏକାଠି କରାଯାଇଥିଲା । ପଶ୍ଚିମବଙ୍ଗ ସହ ସଲଗ୍ନ ଓଡ଼ିଶା ଓ ବିହାରକୁ ଏହି ସମୟରେ ଅଲଗା କରି ଏକ ପ୍ରଦେଶ ଗଠନ କରାଯାଇଥିଲା । ୧୯୧୨ରୁ ୧୯୩୬ ପର୍ଯ୍ୟନ୍ତ ଓଡ଼ିଶା ଓ ବିହାର ଏକ ପ୍ରଦେଶ ହୋଇ ରହିଥିଲେ । ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଏହାର ମାତ୍ର ବର୍ଷକ ପରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କ୍ଷେତ୍ରରେ ସେତେଟା ଅବଦାନ ନଥିଲେ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ ଏହି ନିର୍ବାଚନରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସରକାର ଗଢିଥିଲା । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ଜନ ଅଷ୍ଟିନ୍ ହୁବାକ ଓଡ଼ିଶାର ପ୍ରଥମ ରାଜ୍ୟପାଳ (ଗଭର୍ଣ୍ଣର) ହୋଇଥିଲେ ଓ ସେ ନିର୍ବାଚନ ପରିଚାଳନା କରିଥିଲେ । ସେ ଏଥିନିମନ୍ତେ ଏକ ୧୭ ସଦସ୍ୟ ବିଶିଷ୍ଟ ଉପଦେଷ୍ଟା ପରିଷଦ ଗଠନ କରିଥିଲେ । ଏହି ପରିଷଦର ସମସ୍ତ ସଦସ୍ୟ ଉଚ୍ଚମଧ୍ୟବିତ ଏବଂ ଜମିଦାର ଶ୍ରେଣୀର ଥିଲେ । ୧୯୩୭ ପ୍ରଥମ ଭାଗରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।