‘କିସିକା ଭାଇ କିସିକି ଜାନ୍‌’ର ନାହିଁ ‘ପଠାନ୍‌’ ପରି ଚାହିଦା: ଅଗ୍ରୀମ ବୁକିଂରେ ପଡ଼ିଲା ପଛରେ

Apr 21, 2023 - 06:48
 42
‘କିସିକା ଭାଇ କିସିକି ଜାନ୍‌’ର ନାହିଁ ‘ପଠାନ୍‌’ ପରି ଚାହିଦା: ଅଗ୍ରୀମ ବୁକିଂରେ ପଡ଼ିଲା ପଛରେ
‘କିସିକା ଭାଇ କିସିକି ଜାନ୍‌’ ଫିଲ୍ମ ରିଲିଜ୍‌ ‌ହୋଇସାରିଛି। ଏହି ଫିଲ୍ମ ଜରିଆରେ ବଲିଉଡ୍‌ର ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌ ଦୀର୍ଘ ୪ ବର୍ଷ ପରେ ରୁପେଲୀ ପରଦାକୁ ଫେରିଛନ୍ତି। ରିଲିଜ୍‌ ହେଉ ହେଉ ହିଁ ଫିଲ୍ମଟିର ତୁଳନା ଲୋକ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ସହ କରିବା ଆରମ୍ଭ କରି ଦେଇଛନ୍ତି। କେହି କେହି ଏହି ଫିଲ୍ମଟି ‘ପଠାନ୍‌’ ପରି ହିଟ୍‌ ହେବ ବୋଲି ଆକଳନ କରୁଥିବା ବେଳେ କେହି କେହି ଫିଲ୍ମଟିକୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି। ତେବେ ଏହି ଫିଲ୍ମଟି ଉପରେ ସିନେ ସମୀକ୍ଷକ ତରଣ ଆଦର୍ଶ କହିଛନ୍ତି ‘ଆପଣ ‘ପଠାନ୍‌’ ଫିଲ୍ମ ପରି ସଫଳତା ‘କିସିକା ଭାଇ କିସିକି ଜାନ୍‌’ ଫିଲ୍ମରୁ ଆଶା କରନ୍ତୁ ନାହିଁ। ‘ପଠାନ୍‌’ ଫିଲ୍ମର ଅଗ୍ରୀମ ବୁକିଂ ସମୟରେ ଯେଉଁ ଚାହିଦା ଥିଲା ତାହା ‘କିସିକା ଭାଇ କିସିକି ଜାନ୍‌’ ଫିଲ୍ମ ରିଲିଜ୍‌ ପୂର୍ବରୁ ଅଗ୍ରୀମ ବୁକିଂ ସମୟ‌ୟରେ‌ ସେପରି ଦେଖିବାକୁ ମିଳିନାହିଁ। ତେବେ ଥିଏଟର୍‌କୁ ଯାଇ ଦର୍ଶକ ଦେଖିବା ପରେ ଯଦି ଦର୍ଶକଙ୍କୁ ବିଷୟବସ୍ତୁ ଭଲ ଲାଗେ ତ ଫିଲ୍ମଟି କିଛି ମାତ୍ରାରେ ସଫଳ ହୋଇପାରେ।’ ତେବେ ସଲ୍‌ମାନଙ୍କ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅଭିନେତ୍ରୀ ପୂଜା ହେଗ୍‌ଡେ। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ଫର୍‌ହାଦ୍‌ ସାମ୍‌ଜି। ଏହି ଚଳଚ୍ଚିତ୍ରଟିରେ ସଲ୍‌ମାନ ଓ ପୂଜାଙ୍କ ବ୍ୟତୀତ ସେହନାଜ୍‌ ଗିଲ୍‌, ପଲକ ତିୱାରୀ, ରାମ ଚରଣ, ସିଦ୍ଧାର୍ଥ ନିଗମ୍‌, ଭେଙ୍କଟେଶ ପ୍ରମୁଖ ଅଛନ୍ତି।