ଜେଏମ୍ଏମ୍ ପକ୍ଷରୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

Mar 11, 2019 - 05:45
 141
ଜେଏମ୍ଏମ୍ ପକ୍ଷରୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ
ବାରିପଦା,୧୦/୩(ସକାଳଖବର): ବାରିପଦା ସ୍ୱସ୍ତି ହୋଟେଲ ସମ୍ମିଳନୀ କକ୍ଷରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଜେଏମଏମର ରାଜ୍ୟସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଥିଲା । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ସମ୍ମାନୀତ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟ ବହଡ଼ାଗୁଡ଼ା ବିଧାୟକ କୁନାଲ ଷଢ଼ଙ୍ଗୀ ଯୋଗ ଦେଇଥିବା ସମୟରେ ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍କ କେଶରୀ ଜେନା, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ତଥା ଦଳର ସୁପ୍ରିମୋ ଗୁରୁଜୀ ଶିବୁ ସୋରେନଙ୍କ କନ୍ୟା ଅଞ୍ଜନା ସୋରେନ, ରାଜ୍ୟ ଉପସଭାପତି ତଥା ସୁନ୍ଦରଗଡ଼ ଜିଲ୍ଲାର ସେବିଆନ୍ ଆଇନ, ରାଜ୍ୟ ମୁଖପାତ୍ର ତଥା ପୂର୍ବତନ ବିଧାୟକ ଅଜେନ ମୁର୍ମୁ, ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ, ମୟୂରଭଞ୍ଜ ଜିଲ୍ଲା ସଭାପତି ଫାଗୁ ହାଁସଦାଃ, ଜିଲ୍ଲା ସାଧାରଣ ସମ୍ପାଦକ ଗୋବିନ୍ଦ ସୋରେନ, ସମ୍ପାଦକ ନିମାଇଁ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ଜିଲ୍ଲା ଯୁବ ସଭାପତି ପିଣ୍ଟୁ ମାଇତି, ଉପସଭାପତି ରାକେଶ ବେହେରା, ଛାତ୍ର ସଭାପତି ଧନଞ୍ଜୟ ସାହୁ ପ୍ରମୁଖଙ୍କ ସହ ସମସ୍ତ ବ୍ଲକ ସଭାପତି, ସମ୍ପାଦକ ଆଦି ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୨୦୧୯ରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ସହିତ ହେବାକୁ ଯାଉଥିବା ମେଣ୍ଟ ଏବଂ ଆସନ ବୁଝାମଣା ଉପରେ ଆଲୋଚନା ହୋଇଥିଲା । ଏଥି ସହିତ ଆଗାମୀ ନିର୍ବାଚନରେ ଦଳର ସଫଳତା ଉପରେ କେନ୍ଦ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀସୋରେନ ଦଳୀୟ କର୍ମକର୍ତ୍ତାମାନଙ୍କୁ ପ୍ରସ୍ତୁତ ସ୍ୱତନ୍ତ୍ର ରଣକୌଶଳ ସହ ବ୍ଲୁ-ପ୍ରିଣ୍ଟର ସ୍କେଚ ଆଦିକୁ ନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।