ଉତ୍ତର ଓଡ଼ିଶା ଜୋନରେ ୨୭, ୮୫୪ଜଣ ପରୀକ୍ଷାର୍ଥୀ
ବାରିପଦା,୭/୨(ସକାଳଖବର): ମାର୍ଚ୍ଚ ୭ ଶୁକ୍ରବାର ଉଚ୍ଚ ମାଧ୍ୟମିକା ଶିକ୍ଷା ପରିଷଦ ପକ୍ଷରୁ ଚଳିତ ୨୦୧୯ ଶିକ୍ଷାବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଥିବା ସମୟରେ କଳା ବିଭାଗରେ ପରୀକ୍ଷା ମାର୍ଚ୍ଚ ୮ ଶନିବାର ଆରମ୍ଭ ହେବ । ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ କାର୍ଯ୍ୟ କରୁଥିବା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ ନେଇ ଗଠିତ ଉତର ଓଡ଼ିଶା ଜୋନରେ ମଧ୍ୟ ଆଜିଠାରୁ ଉକ୍ତ ପରୀକ୍ଷା ଆରମ୍ଭ ହୋଇଥିବା ସମୟରେ ଉତର ଓଡ଼ିଶା ଜୋନରେ ବିଜ୍ଞାନ ଏବଂ ବାଣିଜ୍ୟରେ ରେଗୁଲାର,ଏକ୍ସ- ରେଗୁଲାର, ଭୋକେସନାଲ ଏବଂ କରେସପଣ୍ଡେଣ୍ଟକୁ ବିଷୟରେ ମୋଟ ୨୭ହଜାର ୮୫୪ଜଣ ପରୀକ୍ଷାର୍ଥୀ ୨୧୮ଟି ସେଣ୍ଟର ଓ ୩୩ଟି ହବ ମାଧ୍ୟମରେ ପରୀକ୍ଷା ଦେଉଛନ୍ତି ବୋଲି ଉତର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ହେମନ୍ତ କୁମାର ଘଡେଇ ସୂଚନା ଦେଇଛନ୍ତି । ଏଥିସହିତ ପରୀକ୍ଷାରେ କପି ରୋକିବା ପାଇଁ ଜୋନାଲସ୍ତରରେ ୩ଟି ସ୍କ୍ୱାର୍ଡ ଗଠନ କରାଯାଇଥିବାବେଳେ ସେଂଟର ସ୍କାର୍ଡ, ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ ଏବଂ ଡିଏଲସି ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି । ଏହା ବ୍ୟତୀତ ସମସ୍ତ ହବଗୁଡିକରେ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେଂଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ନିମନ୍ତେ ମୋବାଇଲ ଫୋନର ବ୍ୟବହାର ଉପରେ ଅଙ୍କୁଶ ଲଗାଯାଇଛି । ପରୀକ୍ଷା ପୂର୍ବାହ୍ନ ୧୦ରୁ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସୂଚନା ଅନୁସାରେ, ଉତର ଓଡ଼ିଶା ଜୋନାଲରେ ଥିବା ମୟୂରଭଞ୍ଜ ଜିଲ୍ଲାରେ ବିଜ୍ଞାନ ରେଗୁଲାରରେ ୪୬୯୬ଜଣ ପରୀକ୍ଷାର୍ଥୀ ଥିବାବେଳେ ଏକ୍ସ ରେଗୁଲାର ୭୧୩ଜଣ ରହିଛନ୍ତି । ସେହିପରି ବାଣିଜ୍ୟରେ ରେଗୁଲାରରେ ୮୯୩ଜଣ ଥିବା ବେଳେ ଏକ୍ସ ରେଗୁଲାରରେ ୮୩ଜଣ ପରିକ୍ଷାର୍ଥୀ ରହିଛନ୍ତି ।