ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ

Dec 14, 2018 - 18:29
 161
ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ
ଅନୁଗୋଳ.୧୪/୧୨(ସକାଳଖବର): ମାଣିକଯୋଡି ଠାରୁ ଲେମ୍ବୁତଇଳା ପର୍ଯ୍ୟନ୍ତ ସବୁଦିନିଆ ପକ୍କାରାସ୍ତା ନିର୍ମାଣ ଏବଂ ବେତରକୁ ସବୁଦିନିଆ ରାସ୍ତା ନିର୍ମାଣ ଦାବିରେ ଆଜି ପୂର୍ବାହ୍ନରେ ଶହ ଶହ ଗ୍ରାମବାସୀ ଅନୁଗୁଳ ଷ୍ଟାଡିୟମ୍ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବାସହ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଗଣଧାରଣାରେ ବସିଥିଲେ । ଧାରଣାସ୍ଥଳରେ ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ)ର କର୍ମକର୍ତ୍ତା ମାନସ ପାଳଙ୍କ ପରି·ଳନାରେ ଅନୁଷ୍ଠିତ ସଭାରେ କନ୍ଧକୋଇଲି ଗ୍ରାମ ସଭାପତି କୁମୁଦ ପ୍ରଧାନ, ସମିତିସଭ୍ୟ ପ୍ରକାଶ ଚିରିଗୁଣି, ତୀର୍ଥବାସୀ ବିଶ୍ୱାଳ, ହାଡିବନ୍ଧୁ ବେହେରା, ଏସ୍.ୟୁ.ସି.ଆଇ(କମୁ୍ୟନିଷ୍ଟ)ର ଜିଲ୍ଲା ସମ୍ପାଦକ ଭିକାରୀ ପ୍ରଧାନ, ନବକିଶୋର ପ୍ରଧାନ, ସୁବାସ ପ୍ରଧାନ, ସ୍ୱେଚ୍ଛାସେବୀ ପର୍ଶୁରାମ ଦାସ, ପ୍ରତାପ ମହାପାତ୍ର ଓ ସାଥୀ ଅନୁଷ୍ଠାନର ସଭ୍ୟମାନେ ବକ୍ତବ୍ୟ ରଖି ସରକାର ଓ ପ୍ରଶାସନ ବିକାଶ ନାଁରେ ନାନା ଯୋଜନାର ପ୍ର·ର କରୁଥିବାବେଳେ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୩୦କି.ମି. ଦୂର ଗ୍ରାମଗୁଡିକୁ ଗମନାଗମନର ସୁବିଧା ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ କରିଥିଲେ । ପ୍ରଶାସନ ତୁରନ୍ତ ଉକ୍ତ ଗ୍ରାମଗୁଡିକୁ ସବୁଦିନିଆ ରାସ୍ତା ସଂଯୋଗ କରିବାକୁ ଦାବି କରାଯାଇଥିଲା । କର୍ମକର୍ତ୍ତାମାନଙ୍କ ସହ ଉପଜିଲ୍ଲାପାଳ ଆଲୋଚନା କରିବା ପରେ ଧାରଣାସ୍ଥଳକୁ ଆସି ଆସନ୍ତା ୨୧ ଡିସେମ୍ବର ତାଙ୍କ ପ୍ରକୋଷ୍ଠରେ ବିଭିନ୍ନ ବିଭାଗର ଅଧିକାରୀ ଓ ଗ୍ରାମ୍ୟ ପ୍ରତିନିଧିଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ତୁରନ୍ତ ରାସ୍ତା ନିର୍ମାଣର ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାସହ ଆନେ୍ଦାଳନରୁ ନିବୃତ୍ତ ରହିବାକୁ ଅନୁରୋଧ କରିବା ପରେ ଦାବି ପୂରଣ ପର୍ଯ୍ୟନ୍ତ ଅହୋରାତ୍ର ଧାରଣାରେ ବସିବା ପାଇଁ ଆସିଥିବା ଗ୍ରାମବାସୀମାନେ ଆନେ୍ଦାଳନକୁ ସ୍ଥଗିତ ରଖିଛନ୍ତି ।