କଇଁଛ ଧରିବାକୁ ଯାଇ ବାପ, ପୁଅ ଓ ଜ୍ୱାଇଁଙ୍କ ମୃତ୍ୟୁ

Sep 14, 2021 - 14:22
 86
କଇଁଛ ଧରିବାକୁ ଯାଇ ବାପ, ପୁଅ ଓ ଜ୍ୱାଇଁଙ୍କ ମୃତ୍ୟୁ
ବିନିକା: କଇଁଛ ଧରିବା ପାଇଁ କୂଅ ଭିତରେ ପଶିବା କାଳ ହୋଇଛି। ଶ୍ୱାସରୁଦ୍ଧ ହୋଇ ବାପ, ପୁଅ ଓ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଞ୍ଚଳରେ ଘଟିଛି।ରାମପୁର ଥାନା କୁହିବାହାଲ ଗାଁର ସାଧୁ କାଲସେ(୫୫), ତାଙ୍କ ପୁଅ ଆଲୋକ କାଲସେ(୨୦), ଜ୍ୱାଇଁ ସୁଲେଇ ଗାଁର ନବୀନ ମୋଟାରୀ (୩୨) ଓ ଅନ୍ୟ ଜଣେ ଜଣେ ଆନନ୍ଦପୁର ଗ୍ରାମକୁ ଆଜି କଇଁଛ ଧରିବାକୁ ଯାଇଥିଲେ। ପ୍ରଥମେସାଧୁ ପରିତ୍ୟକ୍ତ କୂଅ ଭିତରକୁ ଯାଇଥିଲେ। ମାତ୍ର ସେ ବାହାକୁ ଆସିପାରିନଥିଲେ। ଏପରିକି ଡାକିଲେ ମଧ୍ୟ କୌଣସି ଉତ୍ତର ଦେଇନଥିଲେ। ପରେ ପୁଅ ଆଲୋକ କୂଅ ଭିତରକୁ ଯାଇଥିଲେ। ମାତ୍ର ସେ ଫେରିନଥିଲେ। ଶେଷରେ ଜ୍ୱାଇଁ ନବୀନ ଓ ଅନ୍ୟ ଜଣେ କୂଅ ଭିତରେ ପଶି ଥିଲେ। ସେମାନେ ମଧ୍ୟ ବାହାରି ପାରିନଥିଲେ। କୌଣସି ସୂତ୍ରରୁ ଖବର ପାଇ ରାମପୁର ଥାନା ପୁଲିସ ଓ ବିନିକା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପରେ କୂଳ ଭିତରୁ ସାଧୁ, ଆଲୋକ ଓ ନବୀନଙ୍କ ମୃତଦେହ ଉଦ୍ଧାର କରିଥିଲା। ଏଥିସହ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛି।