ଜିଲ୍ଲାସ୍ତରୀୟ ବିଜ୍ଞାନ, ପ୍ରଦର୍ଶନୀ ଅନୁଷ୍ଠିତ

Dec 14, 2018 - 18:25
 186
ଜିଲ୍ଲାସ୍ତରୀୟ ବିଜ୍ଞାନ, ପ୍ରଦର୍ଶନୀ ଅନୁଷ୍ଠିତ
ଅନୁଗୋଳ.୧୪/୧୨(ସକାଳଖବର): ଜିଲ୍ଳା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅଷ୍ଟମ ଜିଲ୍ଳାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଆଜି ପୂର୍ବାହ୍ନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଜୀବନର ଆହ୍ୱାନ ପାଇଁ ବିଜ୍ଞାନ ଭିତ୍ତିକ ସମାଧାନ ଶିର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ସଭା ଓ ଆଲୋଚନା ଚକ୍ରରେ ଅନୁଗୋଳ ଜିଲ୍ଳାପାଳ ଶ୍ରୀ ଅନିଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ପ୍ରଦର୍ଶନୀ ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଥିବା ସୃଜନଶୀଳତା ଜ୍ଞାନର ପରିପ୍ରକାଶ ହେବା ଦ୍ୱାରା ସେମାନେ ବୈଷୟିକ ଜ୍ଞାନ ଆହରଣକରିବାର ସୁଯୋଗ ପାଇଥାନ୍ତି ବୋଲି ପ୍ରକାଶ କରିଥିଲେ । ଶିକ୍ଷକତା ହେଉଛି ଏକ ପବିତ୍ର ଓ ମହତ ପେଷା । ତେଣୁ ଶିିକ୍ଷକ ମାନେ ହୃଦୟର ସହ ପିଲାମାନଙ୍କୁ ପାଠ ପଢ଼ାଇଲେ ସେମାନେ ଜଣେ ଜଣେ ଭଲ ବୈଜ୍ଞାନିକ ହୋଇ ବାହାରି ପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ । ସାମ୍ପ୍ରତିକ ପରିସ୍ଥିତରେ କୋଇଲା ବ୍ୟବହାର କରିବା ଦ୍ୱାରା ଏଥିରୁ ଉପôନ୍ନ ହେଉଥିବା ଅଙ୍ଗାରକାମ୍ଲ ଗ୍ୟାସ ଆମ ପରିବଶେ ଉପରେ କିପରି ପ୍ରଭାବ ପକାୁଛି ତାହାର ନିରାକରଣ ନିମନ୍ତେ ସମସ୍ତେ ସଜାଗ ରହିବା ସହଏହାର ବିକଳ୍ପ ଭାବେ ପବନ ଓ ସୌରଶକ୍ତିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ସରାଙ୍ଗ ଆଇଜିଆଇଟିର ମେକାନିକାଲ ଇଂଜିନିୟର ମୁଖ୍ୟ ପ୍ରଫେସର ବିଦ୍ୟାଳଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରକୃତିର ଜ୍ଞାନର ଭଣ୍ଡାର ହେଉଛି ବିଜ୍ଞାନ ଏହି ବିଜ୍ଞାନ ଭଗବାନଙ୍କ ଠାରୁ ଅଲଗା ନୁହେଁ । ଭଗବାନଙ୍କ ଅସ୍ତିତ୍ୱକୁ ସ୍ୱିକାର କରିବା ଆମ ସମସ୍ତଙ୍କର ଦାୟିତ୍ୱ । ତେଣୁ ପ୍ରତ୍ୟେକର ବାହ୍ୟମୂଲ୍ୟ ଓ ଅନ୍ତର୍ନିହିତ ମୂଲ୍ୟକୁ ବୁଝିଲେ ଏକ ସମାଜିକ ପରିବର୍ତ୍ତନ ଆସିପାରିବ େ;ବାଲି ସେ ମତବ୍ୟକ୍ତ କରିଥିଲେ ।