ଜାତୀୟ ଆଇନ ଦିବସ ପାଳିତ

Nov 26, 2018 - 17:04
 162
ଜାତୀୟ ଆଇନ ଦିବସ ପାଳିତ
ଅନୁଗୋଳ , ୨୬/୧୧(ସକାଳଖବର): ଭାରତର ବରପୁତ୍ର ତଥା ସ୍ୱାଧୀନତା ସଂଗ୍ରାମୀ ଡ଼ଃ. ଭୀମଭାଇ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ପ୍ରଣିତ ଭାରତର ସମ୍ବିଧାନ ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖରେ ସର୍ବସମ୍ମତି କ୍ରମେ ଗୃହୀତ ଥିଲା । ସେବେଠାରୁ ଉକ୍ତ ଦିନକୁ ମନେରଖିବା ପାଇଁ ଦେଶର ସର୍ବୋଚ ନାୟାଳୟ ସମସ୍ତ ଉଚ୍ଚ ନ୍ୟାୟାଳୟ ଏବଂ ଜିଲ୍ଲା ଜିଲ୍ଳା ମଧ୍ୟରେ ସମସ୍ତ ବିଚାରାଳୟ ଗୁଡ଼ଇକରେ ମାଗଣା ଆଇନସେବା ଯୋଗାଉଥିବା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ସ୍ଥାନୀୟ ଅରବିନ୍ଦ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟଠାରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ପ୍ରାଧିକରଣ ସଚିବ ଅଭିନନ୍ଦିତା ପଣ୍ଡା ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିବାବେଳେ ପ୍ରୋବେସନର ଶୃତି ସ୍ୱରୁପା ସାହୁ ଓପିଲ ସଂଘ ସଭାପତି ଦିଲିପ ଦାସ, ପ୍ରାଧିକରଣ ପର୍ଶୁରାମ ଦାଶ, ପାରାଲିଗାଲ ସ୍ୱେଚ୍ଛାସେବୀ ଡ଼ାକ୍ତର ସତ୍ୟନାରାୟଣ ସିଙ୍ଗ ସାମନ୍ତ, ଅରବିନ୍ଦ ମହାବିଦ୍ୟାଳୟର ନିଦେ୍ର୍ଧଶକ ଏସ.କେ ତ୍ରୀପାଠୀ ଏବଂ ଅଧ୍ୟକ୍ଷ ନାରାୟଣ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଅତିଥି ଏହି ଦିବସର ମହତ୍ୱ ସଂପର୍କରେ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ସମ୍ବିଧାନ ପ୍ରଣୟନ ହେବା ପରଠାରୁ ଭାରତବର୍ଷର ପ୍ରତ୍ୟେକ ନଗରିକ ନିଜେ ନିଜର ଶାସନ ହେବା ସହିତ ସ୍ୱଧୀନ ଭାବରେ ବଞ୍ଚିବାର ଅଧିକାର ମଧ୍ୟ ପାଇଥିଲା । ତେବେ ସମ୍ବିଧାନରେ ରହିଥିବା ଆଇନ ମଧ୍ୟରେ ଆମେ ଅନୁବନ୍ଧିତ । ଯାହା କେବଳ ସୁନ୍ଦର ମୂଲ୍ୟବାନ ମଧ୍ୟ । ଆଇନ ଶୃଙ୍ଖଳିତ ଜୀବନ ଓ ସମାଜ ଗଠନର ମୁଖ୍ୟ ଅଙ୍ଗ ଅଟେ ବୋଲି ଅତିଥିମାନେ ପ୍ରକାଶ କରିଥିଲେ ।