ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ: ଗୋପାଳପୁରଠାରୁ ୬୭୦ କିମି ଓ ପାରାଦୀପଠାରୁ ୭୬୦ କିମି ଦୂରରେ

Dec 3, 2021 - 06:03
 70
ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ: ଗୋପାଳପୁରଠାରୁ ୬୭୦ କିମି ଓ ପାରାଦୀପଠାରୁ ୭୬୦ କିମି ଦୂରରେ
ଭୁବନେଶ୍ବର: ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ୩୨ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ଜଣାଯାଇଛି। ଏକ ଗଭୀର ଅବପାତରେ ପରିଣତ ହୋଇଛି। ଏବଂ ଆଜି ସକାଳ ସାଢ଼େ ୫ଟାରେ କେନ୍ଦ୍ରୀଭୂତ ହେଲା। ଏହା ଏବେ କେନ୍ଦ୍ରୀୟ ଏବଂ ଦକ୍ଷିଣ ବଙ୍ଗୋପସାଗରରେ ଅବସ୍ଥିତ। ଏହା ଏବେ ବିଶାଖାପାଟନମ୍ (ଆନ୍ଧ୍ରପ୍ରଦେଶ)ର ୫୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ, ଗୋପାଳପୁର (ଓଡ଼ିଶା)ର ୬୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ପାରାଦୀପ (ଓଡ଼ିଶା)ର ୭୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ରହିଥିବାର ସୂଚନା ମିଳିଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି, ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଆନ୍ଧ୍ରପ୍ରଦେଶ – ଦକ୍ଷିଣ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାପରେ ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ, ପୁନର୍ବାର ଉତ୍ତର-ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳ ଦେଇ ଗତି କରିବ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସ୍ଥାୟୀ ପବନର ବେଗ ୮୦ରୁ ୯୦ କିଲୋମିଟର ରହିବ। ତାପରେ ଏହା ଶହେ କିଲୋମିଟର ବେଗରେ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।। ସମ୍ଭାବ୍ୟ ବାତ୍ୟା ସ୍ଥଳ ଭାଗ ଛୁଇଁବା ନେଇ ଏବେ ବି ଦ୍ବନ୍ଦ୍ବ ରହିଛି । କିନ୍ତୁ ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ଓଡ଼ିଶାକୁ ସବୁଠାରୁ ଅଧିକ ପ୍ରଭାବିତ କରିବ।