ଅନୁଗୋଳରେ ସମ୍ବିଧାନ ଦିବସ ପାଳିତ

Nov 26, 2018 - 17:05
 200
ଅନୁଗୋଳରେ ସମ୍ବିଧାନ ଦିବସ ପାଳିତ
ଅନୁଗୋଳ, ୨୬/୧୧(ସକାଳଖବର): ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି । ଏହି ଦିନ ସମ୍ବୀଧାନ ସଭା ଦ୍ୱାରା ଆମର ସମ୍ବିଧାନକୁ ସ୍ୱୀକୃତି ମିଳିଥିଲା । ଫଳସ୍ୱରୁପ ୧୯୫୦ ଜାନୁୟାରୀ ୨୬ ତାରିଖରେ ଆମର ସମ୍ବିଧାନ କାର୍ଯ୍ୟକାରୀ ହେଲା । ଭାରତୀୟ ସମ୍ବିଧାନର ଜନକ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ପବିତ୍ର ୧୨୫ ତମ ଜୟନ୍ତୀ (୨୦୧୫)ଠାରୁ ଏହି ସମ୍ବିଧାନ ଦିବସ ପାଳିତ ହୋଇଆସୁଛି । ଆଜି ସକାଳେ ଅତତିରିକ୍ତ ଜିଲ୍ଳାପାଳ ଶ୍ରୀ ତପନ କୁମରୀ ଶତପଥି ଜିଲ୍ଲା କାର୍ଯ୍ୟାଳୟ ବାରଣ୍ଡାରେ ଡ଼ଃ.ବାବା ସାହେବ ଆମ୍ବେଦକରଙ୍କର ଫୋଟଚିତ୍ରରେ ମାଲ୍ୟାର୍ପଣ କରିବା ସହ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଭାରତୀୟ ସମ୍ବିଧାନ ପ୍ରସ୍ତାବନା ପାଠ କରାଇଥିଲେ । ସମ୍ବିଧାନର ପ୍ରସ୍ତାବନା ପାଠ କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଡ କଲେକ୍ଟର ଶ୍ରୀ ଲମ୍ବୋଦର ମାରାଣ୍ଡି ଓ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠୀଙ୍କ ସମେତ ଜିଲ୍ଳା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।