ଛତିଶଗଡ଼କୁ ସମର୍ଥନ କରୁଛନ୍ତି ମୋଦି : ଦାମ

May 25, 2018 - 10:53
 193
ଛତିଶଗଡ଼କୁ ସମର୍ଥନ କରୁଛନ୍ତି ମୋଦି : ଦାମ
ଭୁବନେଶ୍ୱର, ୨୫/୫(ସକାଳଖବର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ ହସ୍ତକ୍ଷେପ କରି ସମଧାନ କରିବେ ବୋଲି ଆଶା ଥିଲା । ପ୍ରଧାନମନ୍ତ୍ରୀ କୌଣସି ଦଳର କି ରାଜ୍ୟର ନୁହଁନ୍ତି । ହେଲେ ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସମ୍ବିଧାନ ମର୍ଯ୍ୟାଦାକୁ ଭୁଲି ଛତିଶଗଡ଼କୁ ସମର୍ଥନ କରୁଛନ୍ତି । ମହାନଦୀ ପ୍ରସଙ୍ଗରେ ବିଜୁ ଜନତା ଦଳ ସାରା ରାଜ୍ୟରେ ଆନେ୍ଦାଳନ କରୁଛି । ଏହି ସମୟରେ ମୋଦି ମହାନଦୀ ଛାତି ଉପରେ ସଭା କରୁଛନ୍ତି । ଏହା କ୍ଷମତା ଅହଙ୍କାରର ନିଦର୍ଶନ ଓ କଟାଘା’ରେ ଚୂନ ବୋଲି ବରିଷ୍ଠ ବିଜେଡ଼ି ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି । ସେହିପରି ବିଜେପି କେବେବି ଓଡ଼ିଶାରେ କ୍ଷମତାକୁ ଆସିପାରିବ ନାହିଁ ବୋଲି ଡାକ୍ତର ରାଉତ କହିଛନ୍ତି ।