ଠିକା ଡାକ୍ତରଙ୍କ ଦରମା ବଢ଼ିଲା

May 25, 2018 - 10:51
 155
ଭୁବନେଶ୍ୱର୨୫/୫(ସକାଳଖବର) : ରାଜ୍ୟ ସରକାର ଠିକା ଡାକ୍ତରଙ୍କ ଦରମା ବୃଦ୍ଧି କରିଛନ୍ତି । ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନଙ୍କ ଦରମା ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଚୁକ୍ତିଭିତ୍ତିକ ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ଦରମା ୬୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ପ୍ରତିବର୍ଷ ଏହି ଚୁକ୍ତିଭିତ୍ତିିକ ଡାକ୍ତରମାନଙ୍କର ଦରମା ୩% ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏସଂକ୍ରାନ୍ତ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଅନୁମୋଦନ କରିଛନ୍ତି ।