ଗିରଫ ହେବେ ଅଭିଜିତ ଆୟର

Oct 4, 2018 - 17:30
 173
ଗିରଫ ହେବେ ଅଭିଜିତ ଆୟର
ଭୁବନେଶ୍ୱର୪ା୧୦(ସକାଳଖବର) : ଗୁରୁବାର ସୁପ୍ରିମକୋର୍ଟ ଅଭିଜିତ ଆୟର ମିତ୍ରଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି । ଓଡିଶାର କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ ସେ ଦେଇଥିବା ଅଶାଳୀନ ମନ୍ତବ୍ୟ କୋଟି କୋଟି ଓଡିଆଙ୍କ ମନକୁ ଗଭୀର କ୍ଷତ ପହଞ୍ଚାଇଛି । ତେଣୁ ତାଙ୍କ ଜାମିନ ଅବେଦନକୁ ସୁପ୍ରିମକୋର୍ଟ ପକ୍ଷରୁ ଖାରଜ କରି ଦିଆଯାଇଛି ବୋଲି ସୂଚନା ମିଳିଛି ।ଏବେ ଅଭିଜିତଙ୍କ ଗିରଫଦାରୀ ଆଶଙ୍କା ଅଧିକ ବଢ଼ିଯାଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗଗୋଇ ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ।ପରେ ସେପ୍ଟେମ୍ବର ୨୦ରେ ଅଭିଜିତଙ୍କୁ ଦିଲ୍ଲୀ ନିଜାମୁଦ୍ଦିନ ଥାନା ପୁଲିସ ତାଙ୍କୁ ଗିରଫ କରିବା ପରେ ଜାମିନ୍‌ରେ ମୁକୁଳିଥିଲେ।ଯଦି ସିଏ ଆସନ୍ତାକାଲି ସୁଦ୍ଧା କୋଣାର୍କ ଥାନାରେ ହାଜର ନ ହୁଅନ୍ତି ତେବେ ଅଭିଜିତଙ୍କ ଗିରଫ ହେବା ସ୍ପଷ୍ଟ ହୋଇଯାଇଛି । ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକପ୍ଟରରେ ଅଭିଜିତ ଆୟାର ମିତ୍ର ଓ ଆରତୀ ଟିକୁ ସିଂ ଚିଲିକା, କୋଣାର୍କ, ପୁରୀ ସମେତ ଅନ୍ୟାନ୍ୟ ସ୍ଥାନ ଭ୍ରମଣ କରିଥିଲେ । ଚିଲିକା ହ୍ରଦର ଅତି ନିକଟରେ ହେଲିକପ୍ଟର ଉଡିବା ନେଇ ବୈଜୟନ୍ତ ପଣ୍ଡା ବିବାଦକୁ ଟାଣି ହୋଇଥିବା ବେଳେ ତାଙ୍କ ବନ୍ଧୁ ଅଭିଜିତ୍ ଆୟର ମିତ୍ରଙ୍କର କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ୟ୍ୟକୁ ନେଇ ଦେଇଥିବା ଅଶାଳୀନ ମନ୍ତବ୍ୟ ରାଜ୍ୟ ରାଜନୀତି ଜୋର ଧରିଥିଲା। ଅଭିଜିତ୍ ଆୟର ମିତ୍ର ପୁରୀ ଶ୍ରୀମନ୍ଦିରକୁ ଏକ ପର୍ୟ୍ୟଟନ ସ୍ଥଳ ବୋଲି କହିଥିଲେ । ଏହା ସହ ଦମ୍ ଅଛି ତ ଗିରଫ କରି ଦେଖାଅ ବୋଲି ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲେ ।