କ୍ଷତିପୂରଣ ପ୍ରଦାନ ନିଦେ୍ର୍ଧଶ

Sep 8, 2018 - 17:51
 235
କ୍ଷତିପୂରଣ ପ୍ରଦାନ ନିଦେ୍ର୍ଧଶ
କଟକ,୮ା୯(ସକାଳଖବର) : ହାଇକୋର୍ଟରେ ଶନିବାର ଜାତୀୟସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ ଏସ ଝାଭେରୀ, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନ ସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ହାଇକୋର୍ଟ ଆଇନ ସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୨୫ଟି ବିଭିନ୍ନ ମାମଲାର ଫଇସଲା କରାଯାଇଛି । ଜଷ୍ଟିସ ସଂଜୁ ପଣ୍ଡା, ଜଷ୍ଟିସ ଏ କେ ରଥ, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ ଏସ କେ ସାହୁ, ଜଷ୍ଟିସ୍ ଏସ ଏନ ପ୍ରସାଦ, ଜଷ୍ଟିସ କେ ଆର ମହାପାତ୍ର, ଜଷ୍ଟିସ ଜେ ପି ଦାସ ମାମଲାର ଶୁଣାଣି କରିଥିଲେ । ତେବେ କ୍ଷତିପୂରଣ ବାବଦରେ ୨୯ଲକ୍ଷ ୬୫ହଜାର ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିଦେ୍ର୍ଧଶ ଦିଆଯାଇଛି ।