ତାଲୁକସ୍ତରୀୟ ଆଇନ ସେବା ଦିବସ ପାଳିତ

Nov 13, 2019 - 06:36
 209
ତାଲୁକସ୍ତରୀୟ ଆଇନ ସେବା ଦିବସ ପାଳିତ
ନୂଆପଡା, ୯/୧୧(ସକାଳଖବର): ନୂଆପଡା ଜିଲ୍ଲା ଖଡିଆଳ ତାଲୁକସ୍ତରୀୟ ଆଇନସେବା କମିଟି ତରଫରୁ ଖଡିଆଳ ସ୍ଥିତ ମଡେଲ ଡିଗ୍ରୀ କଲେଜ ପରିସର ମଧ୍ୟରେ ଶନିବାର ଆଇନସେବା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଅଧ୍ୟାପକ ସ୍ୱସ୍ତିକ ସୁମନ ଶତପଥିଙ୍କ ସ୍ୱାଗତ ଭାଷଣ ପରେ ମଡେଲ କଲେଜ ଅଧ୍ୟକ୍ଷ ଡଃ ମଧୁସୂଦନ ସାହୁ ସଂଯୋଜନା କରିଥିଲେ । ଆଇନସେବା କମିଟି ସଦସ୍ୟ ମେଜର ଡଃ. ରାମଚନ୍ଦ୍ର ମିଶ୍ର, ଖଡିଆଳ ଓକିଲ ସଂଘ ସଭାପତି ତୁଳସୀ ତାଣ୍ଡି, ଖଡିଆଳ ପ୍ରଥମଶ୍ରେଣୀ ବିଚାରପତି ଶ୍ରଦ୍ଧା ମାଣ୍ଡୋଠିଆ, ଆଇନସେବା କମିଟି ଅଧ୍ୟକ୍ଷ ତଥା ଖଡିଆଳ ସବଜଜ୍ ଡକ୍ଟର ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ମାଗଣା ଆଇନସେବା, ଆଇନସେବାରେ ଛାତ୍ରଙ୍କ ଭୂମିକା, ପରିବେଶ ସୁରକ୍ଷା ଓ ବିଭିନ୍ନ ଜରୁରୀ ମୂଳକ ଆଇନ ଉପରେ ସଚେତନତା କରିଥିଲେ । ଏଥିରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇ ଆଇନ ଉପରେ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ । ଆଇନସେବା କର୍ମଚାରୀ ସୂର୍ଯ୍ୟ ମେହେର ସହଯୋଗ କରିଥିବା ବେଳେ ଅଧ୍ୟାପିକା ପ୍ରୀତିସ୍ୱପ୍ନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।