ଚିଟଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି

Jul 31, 2018 - 16:20
 169
ଚିଟଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି
ଭୁବନେଶ୍ୱର,୩୧/୭(ସକାଳଖବର): ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ଅଧିକ ୬ମାସ ବୃଦ୍ଧି କରିଛନ୍ତି । ଅଗଷ୍ଟ ୫ ତାରିଖରେ କମିଶନର ମଦନମୋହନ ଦାସଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ରାଜ୍ୟ ସରକାର ଆଉ ୬ମାସ ବୃଦ୍ଧି କରିଛନ୍ତି । ଇତିମ୍ୟରେ କମିଶନର ଏମଏମ୍ ଦାସ ୫ଟି ପର୍ଯ୍ୟାୟରେ ଚିଟଫଣ୍ଡ ଠକେଇ ମାମଲାର ଅନ୍ତରୀଣ ରିପୋର୍ଟ ରାଜ୍ୟ ସରକାରଙ୍କ ସ୍ୱରାଷ୍ଟ୍ର ବିଭାଗ ସଚିବଙ୍କୁ ପ୍ରଦାନ କରିବା ସହ ବହୁ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ନିଦେ୍ର୍ଧଶ ଦେଇଥିବା ବେଳେ ବହୁ କମ୍ପାନୀଙ୍କୁ ନୋଟିସ୍ ଜାରୀ କରିଛନ୍ତି ।