ପଥପ୍ରାନ୍ତ ସୁବିଧାକେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

Jul 31, 2018 - 16:36
 150
ପଥପ୍ରାନ୍ତ ସୁବିଧାକେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
ଭୁବନେଶ୍ୱର,୩୧/୭(ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ସଚିବାଳୟ ଠାରେ ଭିଡିଓ କନଫରେନ୍ସିଂ ଜରିଆରେ ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାପ୍ତ ସୁବିଧା କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଓ ଦୂରଦୂରାନ୍ତରୁ ଯାଉଥିବା ଲୋକମାନଙ୍କ ଯାତ୍ରା ସୁବିଧାଜନକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମଙ୍ଗଳବାର ଉଦଘାଟିତ ହୋଇଥିବା ୩୪ ଟି ସୁବିଧାକେନ୍ଦ୍ର ମଧ୍ୟରୁ ୫ଟି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିିଂ ଜରିଆରେ ସିଧାସଳଖ ଉଦଘାଟନ କରିଥିବା ବେଳେ ଅନ୍ୟ ସ୍ଥାନ ଗୁଡିକୁ ମନ୍ତ୍ରୀ , ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାତ୍ରୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏହି କେନ୍ଦ୍ର ଗୁଡିକର ବିକାଶ କରାଯାଇଛି । ଏହି କେନ୍ଦ୍ରଗୁଡିକ ପର୍ଯ୍ୟଟକ , ମହିଳା ଓ ଭିନ୍ନକ୍ଷମ ଯାତ୍ରୀମାନଙ୍କ ପାଇଁ ବହୁତ ସହାୟକହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ୟକ୍ରମ ସର୍ମ୍ପକରେ ପୂର୍ତ ବିଭାଗ ସଚିବ ପ୍ରାରମ୍ଭିକ ସୁଚନା ଦେଇଥିଲେ । ଉନ୍ନୟନ କମିଶନର ଏହି କର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ,ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା , ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।