ଚିଟଫଣ୍ଡ ଅର୍ଥ ଫେରସ୍ତ ଆରମ୍ଭ
କଟକ,୭ା୬(ସକାଳଖବର): ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦିଆଯାଇଥିବା ଜଣାଯାଇଛି । ଟଙ୍କା ଫେରସ୍ତର ପ୍ରଥମ ଦିନରେ ମୋଟ ୨୬ ଜଣ ଜମାକାରୀଙ୍କୁ ୧ଲକ୍ଷ ୯୭ହଜାର ୮୭୨ଟଙ୍କା ପ୍ରଦାନ କରାଯାଇଛି । କଟକ ଜିଲ୍ଲାର ବହୁ ଜନସାଧାରଣ ଅଧିକ ଅର୍ଥ ପାଇବା ଆଶାରେ ଚିଟଫଣ୍ଡ ସଂସ୍ଥାରେ ଜମା ରଖିଥିଲେ । ତେବେ ଚିଟଫଣ୍ଡ ସଂସ୍ଥା ଗୁଡ଼ିକ ସେମାନଙ୍କ ଜମା ରାଶିକୁ ନେଇ ବିଳାସ ବ୍ୟସନ ଭୋଗ କରୁଥିବାବେଳେ ଏହି ଜମାକାରୀମାନଙ୍କର ଜମା ଅର୍ଥ ଫେରିବାର ସମସ୍ତ ବାଟ ବନ୍ଦ ହୋଇଯାଇଥିଲା । ତେବେ ସରକାର ଓ ପ୍ରଶାସନର ହସ୍ତକ୍ଷେପ ଫଳରେ ବହୁ ଚିଟଫଣ୍ଡ ସଂସ୍ଥାକୁ ଚଢ଼ାଉ କରାଯାଇଥିଲା । ଟଙ୍କା ଫେରସ୍ତ ପାଇଥିବା ସମସ୍ତ ହିତାଧିକାରୀ ଆଠଗଡ଼ ତହସିଲ ଅନ୍ତର୍ଗତ ପାଇକରା ପୁର, ରତାଗଡ଼, ଖୁଣ୍ଟୁଣୀ, କୁଲାଇଲୋ, ମଥୁରା, ତୋଟାପଡ଼ା, ରମ୍ପେଇ, ତରଡ଼ିଙ୍ଗ, ବୀରକିଶୋର ପୁର ଆଦି ଅଞ୍ଚଳର ବୋଲି ଜଣାପଡ଼ିଛି । ତା’ପରେ ସାଲେପୁର ଓ ବାଙ୍କୀ ଅଞ୍ଚଳର ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ହିତାଧିକାରୀଙ୍କୁ ସେମାନଙ୍କ ଜମା ଅର୍ଥ ଫେରସ୍ତ କରାଯିବା ସହ ଜିଲ୍ଳାରେ ସମୁଦାୟ ୫୧୭ଜଣ ଚିହ୍ନଟ ହିତାଧିକାରୀଙ୍କୁ ଚିଟଫଣ୍ଡରେ ଜମା ଅର୍ଥ ଫେରସ୍ତ କରାଯିବ ବୋଲି ସୂଚନା ମିଳିଛି । ଏହି ପ୍ରକ୍ରିୟା ୧୦ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ କୁହାଯାଇଛି ।