ଉଦ୍ୟାନ କୃଷିରେ ମଞ୍ଜି ଦୁର୍ନିତି

Aug 29, 2018 - 18:45
 144
ଅନୁଗୋଳ, ୨୯/୮ (ସକାଳଖବର):୮ ଅନୁଗୋଳ ଜିଲ୍ଲା ଉଦ୍ୟାନ କୃଷି ବିଭାଗରେ ପଦାକୁ ଆସିଛି ମଞ୍ଜି ଦୁର୍ନିତି । ସରକାରୀ ବାକୁ ବଜାରରୁ ଯେଉଁ ମଞ୍ଜି ଖର୍ଦ୍ଧି କରି ମାଗଣାରେ ବାଣ୍ଟିଥିଲେ ତାହା ଜିଲ୍ଳାର ଚାଷୀମାନଙ୍କୁ ଧୋକା ଦେଇଛି । ସାର, ଔଷଧ ଦେବା ପରେ ମଞ୍ଜିରୁ ଭଲ ଗଛ ଉଠିଲା ଆଉ ଭରପୁର ଫୁଲ ଧରିଲା ସିନା, କିନ୍ତୁ ଫଳ ଧରୁନି । ଅନୁଗୋଳ ଜିଲ୍ଲାର ପରିବା ଚାଷୀମାନେ ଆଜି ବିଭାଗର ମାଗଣା ବିହନ ବଣ୍ଟନ ଉପରେ ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି । କେବଳ ଅଭିଯୋଗ କରିନାହାଁନ୍ତି, କ୍ଷେତରୁ ଗଛ ଆଣି ଉଦ୍ୟାନ ଉପକୃଷି ନିଦେ୍ର୍ଧଶକଙ୍କ ସାମ୍ନାରେ ତାର ପ୍ରମାଣ ବି ଦେଇଛନ୍ତି । ଅନୁଗୋଳ ବ୍ଲକ ସାନକନ୍ତକୁଳ ଗାଁର ଜଣେ ଚାଷୀ ଆଜି ଏନେଥଇ ଉପକୃଷି ନିଦେ୍ର୍ଧଶକଙ୍କୁ ଫେରାଦ ହୋଇଥିଲେ । ସେ କହିଥିଲେ ପୂର୍ବରୁ କେଜି ପିଛା ଅଢେ଼ଇ ହଜାର ଟଙ୍କା ଦେଇ ଭେଣ୍ଡି ଚାଷ ପାଇଁ ସେ ବଜାରରୁ ମଞ୍ଜି କିଣୁଥିଲେ । ଦୁଇଟି ପ୍ଲଟରୁ ୧୫ ରୁ ୧୭ ଗୁଣ୍ଠ ଜମିରେ ଭଲ ଭେଣ୍ଡି ଅମଳ ହେଉଥିଲା । ଏଥର କିନ୍ତୁ ଉଦ୍ୟାନ କୃଷି ବିଭାଗ ତାଙ୍କୁ ସଂପୂର୍ଣ୍ଣ ମାଗଣାରେ ଭେଣ୍ଡି ମଞ୍ଜି ଦେବ ବୋଲି କହିଥିଲେ । ଜୁନ ମାସରେ ୨ପ୍ୟାକେଟ ସରକାରୀ ମଞ୍ଜି ତାଙ୍କୁ ଦିଆଯାଇଥିଲା । କ୍ଷେତରେ ମାଗଣା ମଞ୍ଜି ବୁଣିଥିଲେ । ପଡେ଼ାଶୀଙ୍କୁ କିଛି ବାଣ୍ଟିଥିଲେ । ଗଛ ଉଠିଲା । ସାର ଓ ପୋକ ପାଇଁ ଔଷଧ ସିଞ୍ଜନ କରିବାରୁ ଗଛ ଭଲ ବଢ଼ିଲା । ସମୟକ୍ରମେ ଭରପୁର ଫୁଲ ଧରିଲା, କିନ୍ତୁ ଫଳିଲା ନାହିଁ । ଅଧାଆଙ୍ଗୁଳିରୁ କମ ଲମ୍ବର ଭେଣ୍ଡି ଗଛରେ ଧରିଲଶ, ଯାହା ବିକ୍ରି କରିବା ଛାଡ଼, ଖାଇବା ବି ଉପଯୋଗୀ ନୁହେଁ ବୋଲି ଚାଷୀ ଜଣକ କହିଛନ୍ତି । ଏତେ ବଡ଼ ପ୍ଲଟରୁ ଯେଉଁଠି ୨୦ ବସ୍ତା ଭେଣ୍ଡି ଅମଳ ହୋଇଥାନ୍ତା, ସେଇଠି ୪ କେଜି ଭେଣ୍ଡି ଅମଳ ହେବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ପୁରା ଦୋହଲାଇ ଦେଇଛି । ଏହାଦ୍ୱାରା ତାଙ୍କୁ ହଜାର ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି ଚାଷୀଜଣକ ନିଜ ନାମ ଗୋପନ ରଖି କହିଛନ୍ତି । ଏଭଳି ସ୍ଥିତି କେବଳ ତାଙ୍କ ଜମିରେ ନୁହେଁ, ତାଙ୍କଠୁ ବିହନ ମାଗି ନେଇଥିବା ଅନ୍ୟଲୋକଙ୍କର ବି ସମାନ ଅବସ୍ଥା ହୋଇଛି । ଆଉ କିଛି ଅଞ୍ଚଳର ଚାଷୀ ସମାନ ଦଶା ଭୋଗିଛନ୍ତି । କେବଳ ଭେଣ୍ଡି ନୁହେଁ, ଜୁନ ମାସରେ ଉଦ୍ୟାନ କୃଷିୀ ବିଭାଗ ମଏଣ୍ଟର ଷ୍ଟ୍ରେସ ଯୋଜନାରେ କଖାରୁ, ଝୁଡ଼ଙ୍ଗ, କଲରା ଓ କଖାରୁ ଆଦି ୫ ପ୍ରକାରର ମଞ୍ଜି ମାଗଣାରେ ଦେଇଛି । ଯଦି ଭେଣ୍ଡି ଚାଷର ଅବସି୍ଥା ଏମିତି ତେବେ ଅନ୍ୟ ପନିପରିବା କେମିତି ଫଳିଛି ତାହା ଏବେ ପ୍ରଶ୍ନର ବିଷୟ ହୋଇଛି । ଏ ପ୍ରଶ୍ନ ବି ଉଠୁଛି ଯେ ବଣ୍ଟା ଯାଇଥିବା ମଞ୍ଜି ଏମିତି ହେଲା କାହିଁକି? ମଞ୍ଜି ଏକସପ୍ୟାରି ହୋଇନଥିଲା ତ? ଯେଉଁଠାରୁ ମଞ୍ଜି କିଣାଯାଇଥିଲା ତାହାର ମାନ ଠିକରେ ଯାଞ୍ଚ କରାଯାଇଥିଲା କି ? ଚାଷୀଙ୍କୁ ଧୋକା ଦେଇଥିବା ସରକାରୀ ବିହନକୁ ନେଇ ଏଭଳି ପ୍ରଶ୍ନ ସାଧାରଣରେ ଉଠୁଥିବା ବେଳେ ଅନୁଗୋଳ ଜିଲ୍ଲା ଉଦ୍ୟାନ କୃଷି ଉପ ନିଦେ୍ର୍ଧଶକ ପଦ୍ମଲୋଚନ ଦାଶ କିନ୍ତୁ ଏହାର ଭିନ୍ନ କାରଣ ଦର୍ଶାଇଛନ୍ତି । କହିଛନ୍ତି ଏହା ମଞ୍ଜିର ଦୋଷ ନୁହେଁ ବରଂ ରୋଗର ଦୋଷ । ତାଙ୍କ ଯୁକ୍ତି ହେଲା ସାହେବୀ ରୋଗ ହେଲେ ଏମିତି ଗଛ ସାଧାରଣତଃ ହୁଏ । ଆଜି କିଛି ଚାଷୀଙ୍କ ଠାରୁ ଏମିତି ଅଭିଯୋଗ ପାଇଛି । ଗଛର ନମୂନା ବି ଦେଖିଛି । ଏହା ଏକ ଡ଼ିଆଁ ରୋଗ । ସେହି ଅଞ୍ଚଳରେ ଏମିତି ରୋଗ ଥିଲା । ଚାଷୀଙ୍କ କ୍ଷେତକୁ ଏହା ସଂକ୍ରମିତ ହୋଇ ଏମିତି ଚାଷ ନଷ୍ଟ ହୋଇଛି ବୋଲି ଶ୍ରୀ ଦାସ ଯୁକ୍ତି ବାଢ଼ିଛନ୍ତି । କିନ୍ତୁ ଉପନିଦେ୍ର୍ଧଶକଙ୍କ ଏ ପ୍ରକାର ଯୁକ୍ତିକୁ ଚାଷୀମାନେ ସହଜରେ ଗ୍ରହଣ କରିନାରୁ ନାହାଁନ୍ତି । ସାନକନ୍ତକୂଳରେ ରୋଗ ଡେ଼ଇଁ ଯଦି ଗଛ ନଷ୍ଟ କଲା, ତେବେ ଖଲାରୀରେ ସମାନ ସମସ୍ୟା କେମିତି ହେଲା ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।