ଚାଷୀ ଆନେ୍ଦାଳନରେ ଫାଟ, ଅକ୍ଷୟ କୁମାରଙ୍କ ଅନଶନ ନିଷ୍ପତ୍ତି

Dec 1, 2018 - 18:08
 185
ଚାଷୀ ଆନେ୍ଦାଳନରେ ଫାଟ, ଅକ୍ଷୟ କୁମାରଙ୍କ ଅନଶନ ନିଷ୍ପତ୍ତି
ଭୁୁବନେଶ୍ୱର, ୧/୧୨(ସକାଳଖବର): ଚାଷୀଙ୍କୁ ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ରବିବାର ଠାରୁ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅ ।ମରଣ ଅନଶନରେ ବସିବେ ।ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଅକ୍ଷୟଙ୍କ ଏହି ଘୋଷଣା ପରେ ସଂଗଠନରେ ଫାଟ ସୃଷ୍ଟିର ଆଶଙ୍କା ଦେଖାଦେଇଛି । ସରକାର ଚାଷୀଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଚାଷୀ ସମାବେଶ ପରେ ସରକାର ଚାଷୀଙ୍କ ସହ ଆଲୋଚନା ନିମନ୍ତେ ଆସନ୍ତା ୭ ତାରିଖରେ ଏକ ବୈଠକ ଡ଼କାଇଛନ୍ତି । ଏହି ବୈଠକ ସଂପର୍କରେ ଜାଣିବା ସତ୍ତ୍ୱେ ଏହାର ଅବ୍ୟବହିତ ପୂର୍ବରୁ ଅନଶନ ଆରମ୍ଭ ପାଇଁ ଅକ୍ଷୟଙ୍କ ପଦକ୍ଷେପକୁ ଚାଷୀମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଚାଷୀଙ୍କ ସଂପର୍କରେ ଅକ୍ଷୟଙ୍କ ନିକଟରେ କୌଣସି ନୀଳ ନକ୍ସା ନାହିଁ । ଆସନ୍ତା ୭ ତାରିଖ ଫଳାଫଳକୁ ସଂଗଠନର ବରିଷ୍ଠ କର୍ମକର୍ତ୍ତାମାନେ ଅପେକ୍ଷା କରିଥିବାବେଳେ ଅକ୍ଷୟଙ୍କ ଏପ୍ରକାର ଅନଶନ ଘୋଷଣା ଗ୍ରହଣୀୟ ହୋଇପାରି ନାହିଁ । ଅକ୍ଷୟ କିଛି ରାଜନୈତିକ ସ୍ୱାର୍ଥ ସିଦ୍ଧିରେ ରହିଥିବା କଥା ସଂଗଠନର କିଛି କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ଚାଷୀଙ୍କ ଦାବି ପୂରଣ ପାଇଁ ଅଧ୍ୟାଦେଶ ଆଣିବା ବଦଳରେ ରାଜ୍ୟ ସରକାର କମିଟି ଗଠନ ଓ ଆଲୋଚନାକୁ ସେ ନାପସନ୍ଦ କରିଛନ୍ତି । ·ଷୀ ଆନେ୍ଦାଳନକୁ ଭଣ୍ଡୁର କରିବାକୁ ସରକାର ଏହି ନୀତି ଆପଣେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ·ଷୀ ମାରଣ ନୀତି ବିରୁଦ୍ଧରେ ସେ ଏହି ଆମରଣ ଅନଶନ କରୁଛନ୍ତି ବୋଲି ଶ୍ରୀ କୁମାର ଚିଠିରେ ଉଲ୍ଲେଖ କରିଛନ୍ତି ।