ଗଂଜାମରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଅଭିଯାନ, ୨୦ ଦିନରେ ଦ୍ୱିତୀୟ ଗସ୍ତ

Dec 1, 2018 - 18:02
 229
ଗଂଜାମରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଅଭିଯାନ, ୨୦ ଦିନରେ ଦ୍ୱିତୀୟ ଗସ୍ତ
ଭୁବନେଶ୍ୱର, ୧/୧୧(ସକାଳଖବର): ଓଡିଶା ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିଥିବା ବେଳେ ଆଉ କେତେକ କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇପାରିଛି । ବିଶେଷ କରି ହକି ବିଶ୍ୱ କପ୍ ଆୟୋଜନ କରି ବିଶ୍ୱରେ ଓଡିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ମାତ୍ର ମଧ୍ୟରେ ଦ୍ୱିତୀୟ ଥର ପାଇଁ ଗଞ୍ଜାମ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଏକଥା ପ୍ରକାଶ କରିଛନ୍ତି । ଗତମାସ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗସ୍ତରେ ଆସି ୧୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପ ଉଦ୍ଘଘାଟନ ଓ ଶିଳାନ୍ୟାସ କରିଥିଲେ । ଆଜି ଦିନିକିଆ ଗଂଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ପ୍ରାୟ ୩୦୦ କୋଟି ଟଙ୍କାରେ ନିର୍ମିତ ବିନ୍ନ୍ ପ୍ରକଳ୍ପର ଉଦ୍ଘାଟନ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ମଧ୍ୟରେ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ଏହା ବ୍ୟତୀତ ପାଠାଗାରର ନୂତନ କୋଠା ,ମାନବ ସମ୍ବଳ ବିକାଶର ନୂତନ ଗୃହ, ଗୋପାଳପୁରର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ , ଗୋପାଳପୁରରେ ରେଲୱେ ଓଭର ବ୍ରିଜ୍ , ଜିଲ୍ଲା ପର୍ଯ୍ୟଟନ ଅଫିସ୍ , ଏକାଡେମିକ୍ କମ୍ ୱାର୍କସପ୍ ବିଲ୍ଡିଂ , ନୂତନ ମହିଳା ଥାନା , ବି,ଏମସିର ମାଛ ମାର୍କେଟ୍ ର ଉଦଘାଟନ କରିଛନ୍ତି । ଏହାସହ ହିତାଧିକାରୀ ମାନଙ୍କୁ ଉପକରଣ ବାଂଟିଥିଲେ । ଖଲିକୋଟ କଲେଜ ପଡିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଜନ ସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ,ସାଂସଦ , ବିଧାୟକ , ମ୍ୟୁନିସପାଲ କର୍ପୋରେସନ୍ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।