ଚଳନ୍ତା ଟ୍ରକ୍ ରେ ନିଆଁ, ଅଳ୍ପକେ ବର୍ତିଲେ ଡ଼୍ରାଇଭର

Mar 30, 2019 - 18:42
 197
ଅନୁଗୋଳ, ୩୦/୩(ସକାଳଖବର): ୫୫ ନଂ ଜାତୀୟ ରାଜପଥରେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ବର୍ଜ୍ୟବସ୍ତୁ ନେଇ ଆସୁଥିବା ଏକ ଟ୍ରକ୍ ରେ ଆଜି ଭୋର୍ ସମୟରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡରେ ଟ୍ରକ୍ ର କ୍ୟାବିନ୍ ସହ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ଗାଡିର ଡ଼୍ରାଇଭର । ଭୋର୍ ପ୍ରାୟ ୫ଟା ସମୟରେ ଅନୁଗୋଳ ଥାନା ଅନ୍ତର୍ଗତ ପଂଚମହଲା ନିକଟରେ ହଠାତ୍ ଟ୍ରକ୍ ନଂ ଓଡ଼ି୦୪କେ୫୪୦୦ ର କ୍ୟାବିନ୍ ରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ଟ୍ରକ୍ ଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳି ଉଠିଥିଲା । ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଟ୍ରକ୍ ରେ ନିଆଁ ଲାଗିଯିବା ଯୋଗୁଁ କିଛି ସମୟ ଧରି ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ନିଆଁ ଲିଭାଯିବା ପରେ ସମ୍ପୃକ୍ତ ରୁଟ୍ ରେ ଗାଡି ଚଳାଚଳ ସ୍ୱାଭାବିକ୍ ହୋଇଛି । ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ ।