ଗୁପଚୁପ ଗାଡ଼ିକୁ ଧକ୍କା ଦେଲା ଜିପ୍ ; ୭ ଆହତ

Dec 4, 2018 - 19:09
 166
ଅନୁଗୋଳ,୪/୧୨(ସକାଳଖବର): ବଅଁରପାଳ ଥାନା ଅନ୍ତର୍ଗତ ତଳମୂଳ ଆଞ୍ଚଳିକ କଲେଜ ସମ୍ମୁଖରେ ଗୁପ୍ଚୁପ୍ ଗାଡ଼ିକୁ ଧକ୍କା ଦେଲା ଜିପ ଘଟଣାସ୍ଥଳରେ ୭ଜଣ ଆହତ ହୋଇ ଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୧୧ଟା ବେଳେ ବଅଁରପାଳ ବ୍ଲକ ତଳମୂଳ କଲେଜ ସମ୍ମୁଖରେ ଜଣେ ଗୁପଚୁପ, ବ୍ୟବସାୟୀ ସେଠାରେ ପସରା ଖୋଲି ବ୍ୟବସାୟରେ ବ୍ୟସ୍ତଥାନ୍ତି । ସେଠାରେ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ସହ ୩ ଜଣ ଯୁବକ ଗୁପଚୁପ ଖାଉଥାନ୍ତି । ସେତିକି ବେଳେ ତାଳଚେର ଅଞ୍ଚଳରୁ ଓଆର - ୦୨-ସି-୫୮୫୬ ଜିପ୍ ସେହି ରାସ୍ତାରେ ଯାଉଥିବାବେଳେ ଗୁପଚୁପ ଗାଡ଼ି ସହ ଲୋକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସମସ୍ତେ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ୭ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତୀ କରିଥିଲେ । ଏହି ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚô ଜିପଟିକୁ ଜବତ କରିବା ସହ ତଳମୂଳ ଗାଁର ଆହତ ବାଦଲ କୁମାର ସାହୁଙ୍କ ଦାଦା ହରିହରି ସାହୁ ବଅଁରପାଳ ଥାନାରେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ କରି ଏକ ମାମଲା ରୁଜୁ କରିଛି ।