ବିଛଣାରେ ଶାନ୍ତି : କ୍ୟାନସର ଚିକିତ୍ସାରେ ବାଧକ ସାଜିଛି ଅର୍ଥ

Mar 30, 2019 - 18:43
 147
ଭଦ୍ରକ, ୩୦ ମାର୍ଚ୍ଚ (ହି.ସ.) - ଆଜିଭଳି ଦିନରେ ସରକାର ସମସ୍ତଙ୍କୁ ଚିକିତ୍ସାରେ ସଂପୂର୍ଣ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରଚାର ଏବଂ ପ୍ରସାର କରୁଥିବା ବେଳେ ଧାମରା ଭଳି ଏକ ଅଧୁଷିତ ଅଂଚଳରେ ଥିବା ଶାନ୍ତି ର କ୍ୟାନସର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦୀର୍ଘ ୨ମାସ ହେବ ଶାନ୍ତି କ୍ୟାନସରରେ ପୀଡିତ ବୋଲି ଅଂଚଳବାସୀ ଜାଣିବା ପରେ ମଧ୍ୟ ଆଜି ଭଳି ଦିନରେ ଶାନ୍ତି କେବଳ ନିଜର ଭାଗ୍ୟକୁ ଆଦରି ବିଛଣାରେ ପଡି ରହିଛି । ନିଜ କୋହ ଭରା କଥାରେ ଭଗବାନ ତାକୁ ସବୁଦିନ ପାଇଁ ଦୁନିଆରୁ ନେଇ ଯାଆନ୍ତୁ ବୋଲି ସେ ପ୍ରାର୍ଥନା କରୁଛି । ଧାମରା ଗ୍ରାମର ଶାନ୍ତି ମାଝୀ(୪୫) ଫେବୃଆରୀ ମାସରେ ଖାଦ୍ୟ ଖାଇବାରେ ଅସୁବିଧା ହେବାରୁ ପ୍ରାଥମିକ ଭାବରେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ସେଠାରୁ କଟକ ମେଡିକାଲ ଏବଂପୁନଶ୍ଚ ସେଠାରୁ ରେଫର ହୋଇ ଆଚାର୍ଯ ହରିହର କର୍କଟ ଚିକିତ୍ସାଳୟରେ ଚିକିତ୍ସା ହେବା ପରେ ସେ ଜାଣିବାକୁ ପାଇଲା ଖାଦ୍ୟନଳୀରେ କ୍ୟାନସର ହୋଇଛି । ଡାକ୍ତର ମାନେ ଉପଦେଶରେ ଶୀଘ୍ର ଅପରେସନ ହେବାକୁ କହିଲେ ମାତ୍ର ଏହି ଅପରେସନ ପାଇଁ ଅର୍ଥ ବାଧକ ସାଜିଥିବାରୁ ସେ ମେଡିକାଲରୁ ନିଜ ଘରକୁ ପଳାଇ ଆସିଥିଲା । ଦୀର୍ଘ ୨ ମାସ ବିତି ଯାଇଥିଲେ ମଧ୍ୟ କିଛି ଖାଦ୍ୟ ନଖାଇ ପାରିବାରୁ ଦିନକୁ ଦିନ ଶାନ୍ତିର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି ।ଶାନ୍ତିଙ୍କ ସ୍ୱାମୀ ପରଘରେ ମୂଲ ଲାଗିଲେ ପରିବାର ପ୍ରତିପୋଷଣ ହୋଇଥାଏ । ଘର ବୋଲି କହିଲେ ଝାଟିମାଟିର ଘରକୁ ଏକ ନାବାଳକ ପୁଅ । ତେଣୁ ଶାନ୍ତି ଅପରେସନ ପାଇଁ ଅର୍ଥ ଆବଶ୍ୟକତା ରହିଥିବାବେଳେ ନିଜର ପରିବାର ଏହି ଅର୍ଥ ଯୋଗାଡ କରିବା କଷ୍ଟକର ବ୍ୟାପାର ହୋଇ ପଡିଛି ।ତେଣୁ ସହୃଦୟ ବ୍ୟକ୍ତି କିମ୍ବା କୌଣସି ସଂସ୍ଥା ଶାନ୍ତିର କ୍ୟାନସର ଚିକିତ୍ସାର ସହଯୋଗର ହାତ ବଢାଇବେ ବୋଲି ଶାନ୍ତି ନିଜର ଜୀବନକୁ ବାଜି ଲଗାଇ କ୍ୟାନସର ରୋଗ ସହିତ ସଂଗ୍ରାମରତ । ତେଣୁ ସହଯୋଗ କରିବାକୁ ଚାହୁଁଥିଲେ ଶାନ୍ତି ମାଝୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଧାମରା ଶାଖା ଆକାଉଂଟ ନଂ ୩୬୨୪୦୧୦୯୬୧୦ ରେ ସାହାଯ୍ୟ ପଠାଇବାକୁ ଅନୁରୋଧ କରିଛନ୍ତି ।