ଆସନ୍ତା ୩୦ରେ ପିପିଲି ଉପନିର୍ବାଚନ, ଆଜିଠୁ ଲାଗୁ ହେଲା ଆଚରଣ ବିଧି

Sep 4, 2021 - 11:23
 160
ଆସନ୍ତା ୩୦ରେ ପିପିଲି ଉପନିର୍ବାଚନ, ଆଜିଠୁ ଲାଗୁ ହେଲା ଆଚରଣ ବିଧି
ଭୁବନେଶ୍ୱର: ଆସନ୍ତା ୩୦ରେ ହେବ ପିପିଲି ଉପନିର୍ବାଚନ। ଉପନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ଅକ୍ଟୋବର ୩ ତାରିଖରେ ଭୋଟ ଗଣତି ହେବ। ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେବ । ପିପିଲି ପାଇଁ ଆଜିଠାରୁ ଲାଗୁ ହେଲା ନିର୍ବାଚନ ଆଚରଣବିଧି । ପିପିଲି ଉପନିର୍ବାଚନ ଲାଗି ୧୦ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ସେମାନଙ୍କ ମଧ୍ୟରେ ୩ ପ୍ରମୁଖ ଦଳ ହେଉଛନ୍ତି ବିଜେପି, କଂଗ୍ରେସ, ବିଜେଡି । ବିଜେପିରୁ ଆଶ୍ରିତ ପଟ୍ଟନାୟକ ହୋଇଛନ୍ତି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଓ ବିଜେଡିିରୁ ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ପ୍ରତାପ ମହାରଥୀ। ୩ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଅନ୍ୟାନ୍ୟ ଦଳରୁ ୭ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି ।