ଗୁଜରାଟ ବନ୍ଦରରୁ ୪୫୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଭିଜା ସୂତା ଜବତ

Apr 30, 2022 - 07:33
 76
ଗୁଜରାଟ ବନ୍ଦରରୁ ୪୫୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଭିଜା ସୂତା ଜବତ
ଅହମଦାବାଦ: ଇରାନ୍‌ରୁ ଆସି ଅମ୍‌ରେଲୀ ଜିଲ୍ଲାର ପୀପାୱାଓ ବନ୍ଦରରେ ପହଞ୍ଚିଥିବା ଗୋଟାଏ ପଣ୍ୟବାହୀ ପୋତରୁ ଗୁଜରାଟ ‘ଆଣ୍ଟି-ଟେରରିଷ୍ଟ୍‌ ସ୍କ୍ବାଡ୍‌’ (ଏଟିଏସ୍‌) ଏବଂ ‘ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍‌ସ୍‌’ (ଡିଆର୍‌ଆଇ) ୪୫୦ କୋଟି ଟଙ୍କା ମୂଲ୍ୟର ପ୍ରାୟ ୯୦ କିଲୋ ହେରୋଇନ୍‌ ଜବତ କରିଥିବା କଥା ଶୁକ୍ରବାର ଦିନ ପୁଲିସ ମହାନିର୍ଦେଶକ କହିଛନ୍ତି। ସରକାରୀ ଅଧିକାରୀମାନଙ୍କୁ ବିଭ୍ରାନ୍ତ କରିବା ଲାଗି ‘ଡ୍ରଗ୍‌ ସିଣ୍ଡିକେଟ୍‌’ ଉକ୍ତ ହେରୋଇନ୍‌କୁ ଗୋଟାଏ ଅଭିନବ ଉପାୟରେ ପଠାଇଥିଲେ। ଉପାୟଟି ଏମିତି ବୋଲି ଗୁଜରାଟ ପୁଲିସ ମହାନିର୍ଦେଶକ ଆଶିଷ ଭାଟିଆ କହିଛନ୍ତି: ପ୍ରଥମେ ସେମାନେ ହେରୋଇନ୍‌କୁ କୌଣସି ତରଳ ପଦାର୍ଥ ପକାଇ ଦ୍ରବଣ ପ୍ରସ୍ତୁତ କରିଥିଲେ। ତା’ପରେ ସୂତାକୁ ଉକ୍ତ ହେରୋଇନ୍‌ ମିଶ୍ରିତ ଦ୍ରବଣରେ ବୁଡ଼ାଇ ଭିଜାଇବା ପରେ ଶୁଖାଇ ଦେଇଥିଲେ। ପରେ ହେରୋଇନ୍‌ ବିଶୋଷଣ କରିଥିବା ଉକ୍ତ ଶୁଖିଲା ସୂତାକୁ ଗଣ୍ଡିରା ଭଳି ବାନ୍ଧି ରପ୍ତାନି ପାଇଁ ବସ୍ତାରେ ଭର୍ତ୍ତି କରି ପଠାଯାଇଥିଲା