୧୩ ଗରିଲା କରୋନା ପଜିଟିଭ

Sep 12, 2021 - 09:56
 65
୧୩ ଗରିଲା କରୋନା ପଜିଟିଭ
ନୂଆଦିଲ୍ଲୀ: ଦିନକୁ ଦିନ କରୋନ ସଂକ୍ରମଣ ହାସ ପାଉଥିବା ବେଳୋ ଗରିଲା କରୋନା ପଜିଟିଭ ଚିହ୍ନଟ ହେବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆମେରିକା ଆଟଲାଣ୍ଟା ଚିଡ଼ିଆଖାନାରେ ୧୩ଟି ଗରିଲା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛି ୬୦ବର୍ଷ ବୟସ୍କ ଓଜି । ଚିଡ଼ିଆଖାନାରେ ରହିଥିବା ସମସ୍ତ ଗରିଲାଙ୍କ ମଧ୍ୟରେ ଓଜି ହେଉଛି ସବୁଠାରୁ ବୟସ୍କ । ଗତ ଶୁକ୍ରବାର ଏହି ଗରିଲାମାନଙ୍କ ନିକଟରେ କାଶ ହେବା ସହ ନାକରୁ ତରଳ ପଦାର୍ଥ ନିର୍ଗତ ହେବା ପରିଲକ୍ଷିତ ହୋଇଥିଲା । ପରେ ଜର୍ଜିଆ ବିଶ୍ୱବିଦ୍ୟାଳୟର ଏକ ଡାକ୍ତର ଟିମ୍ ପହଞ୍ଚି ସେମାନଙ୍କୁ ପରୀକ୍ଷା କରିଥିଲେ । ଏହାପରେ ତାଙ୍କ ନମୁନା କୋଭିଡ ପଜିଟିଭ ଆସିଥିଲା । ପୂର୍ବରୁ ବିଶ୍ୱର ବିଭିନ୍ନ ଭାଗରେ ଚିଡ଼ିଆଖାନାରେ କୋଭିଡ ବ୍ୟାପିବା ଦେଖାଯାଇଛି । ଆଟଲାଣ୍ଟା ଚିଡ଼ିଆଖାନା କର୍ତ୍ତୃପକ୍ଷ ଏଠାରେ ଥିବା ଅନ୍ୟ ୨୦ଟି ଗରିଲାଙ୍କ ପରୀକ୍ଷା କରିଛନ୍ତି । ସେମାନଙ୍କୁ ଚିକିସôା କରୁଥିବା ଡାକ୍ତରୀ ଟିମ୍ ସମ୍ପୂର୍ଣ୍ଣ ସୁରକ୍ଷିତ ପୋଷାକ ପିନ୍ଧି ଚିକିସôା କରୁଛନ୍ତି ।