ଫୋନି ପାଇଁ ଓଡ଼ିଶାକୁ ୩୪୧କୋଟି ଟଙ୍କାର ସହାୟତା

Apr 30, 2019 - 06:37
 141
ଭୁବନେଶ୍ୱର, ୩୦ା୪(ସକାଳ ଖବର): ଫୋନିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଣାଳୟର ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ସମେତ ୪ ରାଜ୍ୟକୁ ୧୦୮୬ କୋଟିର ଆଗୁଆ ସହାୟତା ଦିଆଯିବ ।ପୂର୍ବ ପ୍ରସ୍ତୁତି ଏବଂ ରିଲିଫ ପାଇଁ ଏସଡ଼ିଆରଏଫକୁ ମିଳିବ ପାଣ୍ଠି । ଓଡ଼ିଶାକୁ ୩୪୦.୮୬ କୋଟି ଓ ଆନ୍ଧ୍ରକୁ ମିଳିବ ୨୦୦.୨୫କୋଟି ଟଙ୍କା, ତାମିଲନାଡ଼ୁକୁ ୩୦୯.୩୭ କୋଟି ଓ ପଶ୍ଚିମବଙ୍ଗକୁ ୨୫୦କୋଟି ଟଙ୍କା ସହାୟତା ମିଳିବ । ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ପଦକ୍ଷେପ ନିଆଯାଇଛି ।