ଜମି ପାଇଁ ସାନଭାଇକୁ ହତ୍ୟା କଲେ ଦୁଇ ବଡଭାଇ

Apr 30, 2022 - 05:56
 64
ଜମି ପାଇଁ ସାନଭାଇକୁ ହତ୍ୟା କଲେ ଦୁଇ ବଡଭାଇ
ରେଢାଖୋଲ: ସମ୍ପତ୍ତି ପାଇଁ ଫିକା ପଡିଲା ଭାଇ ଭାଇର ସମ୍ପର୍କ । ଆଜିକାଲି ଜମିବାଡି ସମ୍ପତ୍ତି ପାଲଟିଛି ସବୁ ଅନର୍ଥର ମୂଳ କାରଣ । ନିକଟରେ ଜମିବାଡି ପାଇଁ ଅନେକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ଜମିବାଡି ବିବାଦ ପାଇଁ ଶାଶୂଙ୍କୁ ଇଟାରେ ବୋହୂ ପୋତି ଦେଉଥିବାର ଦୃଶ୍ୟ ଓ ତା’ସହିତ ସାମାନ୍ୟ ଜମିବାଡି ପାଇଁ ବଡଭାଇର ପୂରା ପରିବାରକୁ ସାନ ଭାଇ ମାରିଦେଇଥିବା ଘଟଣା ଦେଖିବାକୁ ମିଳିଥିଲା । ଆଜି ପୁଣି ସମ୍ପତ୍ତି ପାଇଁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଜମିବାଡି ବିବାଦ ପାଇଁ ଦୁଇ ବଡଭାଇ ମିଶି ସାନ ଭାଇକୁ ମାରି ଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଦଳୀଗଡ ପଂଚାୟତ ସାନରେଙ୍ଗାଳି ଗାଁ’ରେ । ଜମିବାଡି ବିବାଦରୁ ଦୁଇ ବଡଭାଇ ମିଶି ସାନଭାଇକୁ ଟାଙ୍ଗିଆରେ ଆକ୍ରମଣ କରିବା ସହ ଠେଙ୍ଗାରେ ଖୁବ ଜୋରରେ ପିଟିଥିଲେ । ଫଳରେ ସାନଭାଇର ଜୀବନ ଚାଲିଯାଇଥିଲା । ଏନେଇ ରେଢାଖୋଲ ପୋଲିସ୍ ଜାଣିବା ପରେ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ ଦୁଇ ଭାଇଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।