ଗଞ୍ଜେଇ, ବିଦେଶୀ ମଦ ଜବତ

Jun 20, 2018 - 21:44
 155
ବାରିପଦା:୨୦/୦୬(ସକାଳଖବର) ମୟୂରଭଞ୍ଜ ଅବକାରୀ ଅଧିକ୍ଷକ ରବୀନ୍ଦ୍ର କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ଖୁଣ୍ଟା ଓ ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୦ କି. ଗଞ୍ଜେଇ, ୩୧ ବିଦେଶୀ ମଦ ଜବତ କରାଯିବା ସହିତ ୪ ଚୋରା ନିଶା ଦ୍ରବ୍ୟ ବ୍ୟବସାୟୀ ଗିରଫ କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାଙ୍ଗିରିପୋଷି ଅଞ୍ଚଳ ଭାଗିରଥି ବେହେରା(୪୭)ଙ୍କ ଘରେ ଚଢ଼ାଉ କରାଯାଇ ୧.୬କି.ଗ୍ରାମ ଗଞ୍ଜେଇ, ବିଭିନ୍ନ କମ୍ପାନୀର ୧୮ ବିଦେଶୀ ମଦ ବୋତଲ ଓ ୧୩ ବିଅର ବୋତଲ ଜବତ କରାଯାଇଛି । ସେହିପରି ଉକ୍ତ ଅଞ୍ଚଳର ରାଜୀବ କୁମାର ସେଠୀଙ୍କ ନିକଟରୁ ୩.୧୫୦କି.ଗ୍ରା. ଗଞ୍ଜେଇ ଓ ସତ୍ୟବାନ ସେଠୀଙ୍କ ନିକଟରୁ ୯.୬ କି.ଗ୍ରାମ ଗଞ୍ଜେଇ ଏବଂ ଖୁଣ୍ଟା ଅଞ୍ଚଳର କପିଳେଶ୍ୱର ନାୟକଙ୍କଠାରୁ ୬.୧ କି.ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଛି । ଅବକାରୀ ବିଭାଗର ଆକଳନ ଅନୁସାରେ ଜବତ ସାମଗ୍ରୀର ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।