ଓଲଟିଲା ବସ୍‌: ୩୦ ଆହତ, ୪ ଗୁରୁତର

Sep 20, 2018 - 13:06
 185
ଓଲଟିଲା ବସ୍‌: ୩୦ ଆହତ, ୪ ଗୁରୁତର
ଭୁବନେଶ୍ୱର,୨୦/୯ (ସକାଳଖବର):: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ବଲାଣିପାଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପରୁ-ରାଉରକେଲା ଆସୁଥିବା ଏକ ବସ୍‌ର ଚକା ଫାଟି ଯିବାରୁ ତାହା ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଗୁରୁତରଙ୍କ ମଧ୍ୟରେ ଅଛନ୍ତି ୨ ଜଣ ମହିଳା ଓ ୨ ଜଣ ଶିଶୁ। ସେମାନଙ୍କୁ ରାଉରକେଲା ଆର୍‌ଜିଏଚ୍‌ରେ ଭର୍ତ୍ତି ହୋଇଛନ୍ତି।ଅନ୍ୟ ଆହତମାନେ ରାଉରକେଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।