ଗଛଡାଳ ତଳେ ଚାପିହୋଇ ଜୀବନଗଲା

Jul 26, 2018 - 19:30
 153
ବାରିପଦା, ୨୬/୭ (ସକାଳଖବର): ଗତ ବୁଧବାର ଅପରାହ୍ନରେ କୁଳିଅଣା ଥାନା ଅନ୍ତର୍ଗତ ଗାଙ୍ଗରାଜ ନିକଟବର୍ତ୍ତୀ ସାନଜୁଣବଣୀ ଗ୍ରାମମୁଣ୍ଡ ଖେଳପଡିଆଠାରେ ଗ୍ରାମର କୋଡିଏରୁ ଉର୍ଦ୍ଧ୍ୱ ପିଲା ଖେଳୁଥିବାବେଳେ ହଠାତ୍ ଏକ ବଡ ଗଛ ପଡିଯିବାରୁ ଘଟଣା ସ୍ଥଳରେ ଜଣେ ଛୋଟ ଝିଅର ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଆହାତ ହୋଇଛନ୍ତି । ଘଟଣା ସ୍ଥଳରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ଲୋକମାନେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରିଥିବାବେଳେ ଏକ ଗଛଡାଳ ତଳେ ଚାପିହୋଇ ଜଣେ ଆଠ ନଅ ବର୍ଷର କୁନିଝିଅର ମୃତ୍ୟୁ ଘଟିଥିଲା ।ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଛତିଶ ନାୟକ ଙ୍କ ଝିଅ ଆଦ୍ୟାଶା ନାୟକ ଓ ସେ ସାନଜୁଣବଣୀ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ ।