ଖୁବ୍ ଶୀଘ୍ର ଅନୁଗୁଳରେ ନିର୍ମାଣ ହେବ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟ
ଅନୁଗୁଳ: ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାରେ ଥିବା ଲାୟନ୍ସ କ୍ଲବ ଫ୍ରାଟର୍ଣ୍ଣିଟିର ଶପଥଗ୍ରହଣ ଉତ୍ସବ ଅନୁଗୁଳର ସ୍ଥାନୀୟ ହୋଟେଲ ଠାରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଲାୟନ୍ସ କ୍ଲବ ଅନୁଗୁଳ, ଲାୟନ୍ସ କ୍ଲବ ଆଠମଲ୍ଲିକ ହରିହର, ଲାୟନ୍ସ କ୍ଲବ ଅନୁଗୁଳ ୟୁଥ ପାୱାର, ଲାୟନ୍ସ କ୍ଲବ ଅନୁଗୁଳ ଫରଚ୍ୟୁନ, ଲାୟନ୍ସ କ୍ଲବ ଅନୁଗୁଳ ହାରମୋନି, ଲାୟନ୍ସ କ୍ଲବ ତାଳଚେର ପ୍ରଭୃତି କ୍ଲବର(୨୦୧୮-୧୯) ନୂତନ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ ଜିଲ୍ଲା ୩୨୨ସି୫ର ନବନିର୍ବାଚିତ ଗଭର୍ଣ୍ଣର ଚନ୍ଦ୍ରଶେଖର ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ୩୨୨-ସି୨ର ପୂର୍ବତନ ଗଭର୍ଣ୍ଣର ଇଂ. ପ୍ରଭାତ ପାଲିତ ଯୋଗଦେଇଥିଲେ । ଶ୍ରୀ ପାଲିତ କ୍ଲବ ସମୁହର ନୂତନ କର୍ମକର୍ତ୍ତାଙ୍କୁ ଶପଥ ଗ୍ରହଣ କରାଇବା ସହ ଆନ୍ତର୍ଜାତିକ ଲାୟନ୍ସ ସଂଗଠନର ଆଭିମୁଖ୍ୟ ବିଷୟରେ ଆଲୋଚନା କରିବା ସହିତ ସାରା ବିଶ୍ୱ ସମେତ ଅନୁଗୁଳ ଜିଲ୍ଲାରେ ଆନ୍ତର୍ଜାତିକ ଲାୟନ୍ସ ସଂଗଠନ ପକ୍ଷରୁ ମଧୁମେହ ରୋଗ, ଶିଶୁ କର୍କଟ ରୋଗ ଓ ଚକ୍ଷୁ ଚିକିତ୍ସା ଓ ନିରାକରଣ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ସେହିପରି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେଯେ, ଅନୁଗୁଳ ଲାୟନ୍ସ କ୍ଲବ ପକ୍ଷରୁ ପ୍ରାୟ ୧କୋଟି ଟଙ୍କା ବ୍ୟୟରେ ଏକ ଚକ୍ଷୁ ଚିକିତ୍ସାଳୟ ନିର୍ମାଣ କାର୍ଯ୍ୟ ·ଲିଛି । ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ କୁକୁଡା ଫାର୍ମ ନିକଟରେ ଏକ ମୂଲ୍ୟବାନ ଜମି ମଧ୍ୟ ଲାୟନ୍ସ ସଂଗଠନକୁ ଦିଆଯାଇଛି ।